Uncategorized

ହିନ୍ଦୁ ପରିବାରରେ ମୁସଲମାନ ହୋଇଛନ୍ତି ଅତିଥି

ପାଟନା: ଲକଡାଉନରେ କଳକାରଖାନା, ବେପାର ବାଣିଜ୍ୟ ଠପ ହୋଇଯାଇଛି । ଫଳରେ ମଧ୍ୟବିତ୍ତ ଓ ସାଧାରଣ ଗରିବ ଲୋକେ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି । କିନ୍ତୁ ଏପରି ସମୟରେ ବିହାରର ଗୋଟିଏ ହିନ୍ଦୁ ପରିବାର ୧୩ ଜଣ ମୁସଲମାନ କଣ୍ଢେଇ କାରିଗରଙ୍କୁ ଦେଇଛନ୍ତି ଆଶ୍ରୟ । ଗୋଟିଏ ପଟେ କରୋନା ସଂକ୍ରମଣ ପାଇଁ ତବଲିଗ ଜମାତର ଭୂମିକାକୁ ନେଇ ବହୁ ହୋ ହାଲ୍ଳା ହୋଇଥିବା ବେଳେ କିନ୍ତୁ ବିହାରର କୁମାର ଏଥିପ୍ରତି ତିଳେ ମାତ୍ର ଦୃଷ୍ଟି ନ ଦେଇ ନିର୍ଦ୍ଦୋନ୍ଦରେ ଅନ୍ତର୍ଗତ ଖଗରିଆ ଏବଂ ସହର୍ଷ ଜିଲ୍ଲାର ୧୩ ମୁସଲମାନଙ୍କୁ ନିଜ ଘରେ ରଖିଛନ୍ତି ।
ଲକ୍‌ଡାଉନ୍ ଯୋଗୁଁ ଅଟକି ଯାଇଥିବାରୁ ବାଉଁଶ, ପ୍ଲାଷ୍ଟିକ୍ ଏବଂ ମାଟିରେ କଣ୍ଢେଇ ତିଆରି କରୁଥିବା ଏହି କାରିଗରମାନଙ୍କର ବୁଦ୍ଧି ବଣା ହୋଇଯାଇଥିଲା। ପୂର୍ବରୁ ଏମାନେ କୁମାରଙ୍କ ଘରକୁ ଚଳପ୍ରଚଳ କରିଥାନ୍ତି । ଏବେ ଲକଡାଉନ ପରେ ବେପାର ନ ଥିବାକୁ ପାଖରେ ମଧ୍ୟ ପଇସା ନ ଥିଲା । ତେଣୁ କୁମାର ସେମାନଙ୍କୁ ତାଙ୍କ ଘରେ ବ୍ୟବହାର ହେଉ ନ ଥିବା ଦୁଇଟି ବଖରା ଦେଇଛନ୍ତି । ଏହା ସହ ସେ ଓ ପାଖ ପଡୋଶୀ ସେମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି । ରମଜାନ୍ ମାସ ହୋଇଥିବାରୁ ପଡ଼ୋଶୀମାନେ ତାଙ୍କୁ ଫଳ ଏବଂ ଅନ୍ୟାନ୍ୟ ଜିନିଷ ଆଣି ଦେଉଛନ୍ତି। ସନ୍ଧ୍ୟାବେଳେ ସେମାନେ ରମଜାନ୍ ନମାଜ ପାଠ କରୁଛନ୍ତି। ଗୋଟିଏ ପରିବାର ପରି ଚଳୁଛନ୍ତି ଦୁଇ ସମ୍ପ୍ରଦାୟର ଲୋକେ । ଏଥିପାଇଁ ତ କୁହନ୍ତି ମେରା ଭାରତ ମହାନ ।

Related posts

 ଅନନ୍ତନାଗରେ ଜରୁରୀକାଳୀନ ରନୱେ ନିର୍ମାଣ ଆରମ୍ଭ

mahabharatanews

ଅଯୋଧ୍ୟା ମାଟିତଳୁ ମିଳିଲା ବହୁ ପୁରାତନ ମନ୍ଦିର ଭଗ୍ନାଂବଶେଷ

mahabharatanews

ଭୀମା କୋରେଗାଁଓ ସଂଘର୍ଷ ବାର୍ଷିକ: ୧୭ ଗାଁରେ ଲାଗୁ ହେବ ଧାରା ୧୪୪

mahabharatanews