ଓଡିଶା

ସରପଞ୍ଚଙ୍କୁ ଆକ୍ରମଣ: ୧ ଗିରଫ, ୩ ଫେରାର

ଭୁବନେଶ୍ୱର: କରୋନା ଦାୟିତ୍ୱରେ ଥିବା ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ । ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗିରିଧର ପ୍ରସାଦ ପଞ୍ଚାୟତ ସରପଞ୍ଚ ଶ୍ରୀକାନ୍ତ ବେହେରାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ୪ ଜଣ ଯୁବକ ସଂଘରୋଧ କେନ୍ଦ୍ର ରେ ରହିବାକୁ କେନ୍ଦ୍ରକରି ସରପଞ୍ଚଙ୍କୁ ଆକ୍ରମଣ କରାଯାଇଛି ।
ଗତକାଲି ରାତିରେ ସରପଞ୍ଚ ଶ୍ରୀକାନ୍ତଙ୍କୁ ମାରଣାସ୍ତ୍ର ଧରି ଆକ୍ରମଣ କରିବା ନେଇ ରାସୋଳ ଥାନାରେ ଅଭିଯୋଗ କରାଯାଇଛି ।
କରୋନା ସମୟରେ ସରପଞ୍ଚ ମାନଙ୍କୁ ସରକାର ଜିଲ୍ଲାପାଳ କ୍ଷମତା ଦେଇଥିବା ବେଳେ କରୋନା ଯୋଦ୍ଧା ଭାବରେ ମଧ୍ୟ ସରପଞ୍ଚମାନଙ୍କୁ ସରକାର ବିଭିନ୍ନ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି କ୍ଷମତା ବଳରେ ବିଳମ୍ବିତ ରାତିରେ ସରପଞ୍ଚଙ୍କ କଥା ନ ମାନି ୪ ଜଣ ଯୁବକ କ୍ୱାରେଣ୍ଟାଇନ ସେଣ୍ଟର ଛାଡି ଯିବାକୁ ବାହାରି ଥିଲେ । ଏହାକୁ ସରପଞ୍ଚ ବିରୋଧ କରିଥିଲେ । ଏଥିନେଇ ସେମାନେ ସରପଞ୍ଚଙ୍କୁ ଆକ୍ରମଣ କରିଥିଲେ । ରାତିରେ ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଜଣେ ଆକ୍ରମଣକାରୀଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୩ ଜଣ ଆକ୍ରମଣକାରୀ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

Related posts

ଯୁବକଙ୍କ ମଳଦ୍ୱାରରେ ଭର୍ତ୍ତିକଲେ ଷ୍ଟିଲ ଗ୍ଲାସ

mahabharatanews

ରାଜଭବନ ଉଦ୍ୟାନକୁ ଉପଭୋଗ କରୁଛନ୍ତି ରାଜଧାନୀବାସୀ 

mahabharatanews

ବଜ୍ରାଘାତରେ ୧୭ ଗୋରୁ ମୃତ ! ଅଳ୍ପକେ ବର୍ତିଲେ ୩ ଗାଈ ଚରାଳି

mahabharatanews