(କଟକ) : ଆରମ୍ଭ ହୋଇଛି ଗଣପର୍ବ ଦଶହରା। ଚଳିତ ବର୍ଷ କଟକ ମହାନଗର ଶାନ୍ତି କମିଟି ଅନ୍ତର୍ଭୁକ୍ତ ୧୭୦ ପୂଜା ମଣ୍ଡପକୁ ମିଶାଇ ୧୮୦ରୁ ଅଧିକ ମଣ୍ଡପରେ ଦଶହରା ପୂଜା ଆୟୋଜନ ହେଉଛି। ୩୨ଟି ମଣ୍ଡପରେ ସଂପୂର୍ଣ୍ଣ ଚାନ୍ଦି ମେଢ଼ ପ୍ରସ୍ତୁତ ହୋଇଥିବା ବେଳେ ୧୦ଟି ମେଢ଼ରେ ସୁନାର ସାଜସଜ୍ଜା ହୋଇଛି। ବିଭିନ୍ନ ମଣ୍ଡପର ମେଢ଼ରେ ୧୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସୁନା-ଚାନ୍ଦି ବ୍ୟବହାର ହୋଇଥିବା କୁହାଯାଉଛି। ଆଜି ଷଷ୍ଠୀରେ ବିଲ୍ବ ବରଣ ପରଂପରାରୁ ପୂଜା ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ଦଶହରା ଓ ବୁଧବାର ଭସାଣ ପର୍ବ ଆୟୋଜନ ହେବାକୁ ଯାଉଛି।
ସୂଚନାନୁଯାୟୀ , ସେପଟେ ପାର୍ବଣ ସମୟରେ ରାଜଧାନୀରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ନେଇ ପ୍ରସ୍ତୁତି କରିଛି କମିଶରେଟ୍ ପୋଲିସ୍ । ଏଥର ରାଜଧାନୀରେ ୧୮୮ଟି ମେଢ ହେଉଥିବା ବେଳେ ପୂଜା ମଣ୍ଡପରେ ଭିଡ଼ ଜମିବ । ଭିଡ଼ ନିୟନ୍ତ୍ରଣ ସହ ଅସମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖିବା ଏବଂ ରାଜଧାନୀକୁ ଜଗିବେ ୩୧ ପ୍ଲାଟୁନ ପୋଲିସ୍ ଫୋର୍ସ । ଏଥି ସହ ବଟି ଓ ଚାନ୍ଦା ମାଗିଲେ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି ।
