ଭାରତ

ନାଗିନ ଫେମ୍‌ ମେହକ ଚହଲ ଅନଲାଇନ ୪୯ ହଜାର ଟଙ୍କାର ଠକାମିର ଶିକାର

ମୁମ୍ବାଇ :ଅନଲାଇନ୍‌ ଠକାମିର ଶିକାର ହେଲେ ନାଗିନ ଫେମ୍‌ ମେହକ ଚହଲ । ୧୨ ଜୁଲାଇରେ ଜଣେ ଅଜ୍ଞାତ ବ୍ୟକ୍ତି ଅଭିନେତ୍ରୀଙ୍କ ଠାରୁ ୪୯ ହଜାର ଟଙ୍କା ଠକି ନେଇଥିବା ଖବର ମିଳିଛି। ଏହାସହିତ ଅଭିନେତ୍ରୀ ବାନ୍ଦ୍ରା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି। ଅଭିନେତ୍ରୀଙ୍କ କହିବାନୁଯାୟୀ, ସେ କିଛି ସାମଗ୍ରୀ ଗୁରୁଗ୍ରାମ ପଠାଇବାର ଥିଲା। ଯେଉଁଥିପାଇଁ ଇଣ୍ଟରନେଟରେ କୋରିଅର ସର୍ଭିସ ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲେ।

ସେ ଯେଉଁ ନମ୍ବର ପାଇଥିଲେ, ସେଥିରେ କଲ୍‌ କରିଥିଲେ। ଯେଉଁ ନମ୍ବରରେ ସେ କଲ୍‌ କରିଥିଲେ, ଠକାମିର ଶିକାର ହୋଇଥିଲେ। ମେହକ କହିଛନ୍ତି, ଅନଲାଇନରେ ମିଳିଥିବା ନମ୍ବରରେ କଲ୍‌ କରିଥିଲି। ଆଉ ସେହି ନମ୍ବର ରିସିର୍ଭ କରିଥିବା ବ୍ୟକ୍ତି ଜଣକ ଫେମସ ସର୍ଭିସ କମ୍ପାନୀ ସହିତ ଜଡିତ ବୋଲି କହିଥିଲେ। ସେ ସାଇଟ୍‌କୁ ଯାଇ ରେଜିଷ୍ଟ୍ରସନ କରିଥିଲେ। ରେଜିଷ୍ଟ୍ରେସନ ଫିସ୍‌ ନାମରେ ୧୦ ଟଙ୍କା ଦେବାକୁ ପଡିଥିଲା ଏବଂ ପ୍ରଡକ୍ଟ ପାଇଁ ପେମେଣ୍ଟ ମଧ୍ୟ କରିଥିଲେ। ଅଭିନେତ୍ରୀ କହିଥିଲେ ସେହି ବ୍ୟକ୍ତି ଜଣକ ଜିନିଷ ଦେବା ପରେ ଗୁଗୁଲ ପେ କରିବାକୁ କହିଥିଲେ।

ଗୁଗଲ ପେରେ ପଇସା ନ ଯିବାରୁ ଏକ ଲିଙ୍କ ଜରିଆରେ ପଇସା ପଠାଇଥିଲେ। ଏହି ଲିଙ୍କ ଜରିଆରେ ଓଟିପି ଆସିବ ଏବଂ ଓଟିପି ସେୟାର କରିବା ଦ୍ୱାରା ୨୦ ସେକେଣ୍ଡରେ ଅଭିନେତ୍ରୀଙ୍କର ୪୯ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ଅଭିନେତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପଇସା ଗାଏବ ହେବା ପରେ ଆକାଉଣ୍ଟକୁ ଫ୍ରିଜ୍‌ କରି ପୋଲିସକୁ ଅଭିଯୋଗ କରିଥିଲେ। ପୋଲିସ ସାଇବର ଓ୍ଵିଙ୍ଗ ଜରିଆରେ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣା ଯୋଗ୍ୟୁ ଅଭିନେତ୍ରୀଙ୍କୁ ନିଜ ସୁଟ୍‌ ରଦ୍ଦ କରିବାକୁ ପଡିଥିଲା।

Related posts

କେଜ୍ରିୱାଲଙ୍କୁ ଇଡିର ତୃତୀୟ ସମନ  

mahabharatanews

ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ଼ : ଇଡିର ଚଢ଼ଉ ପରେ ଜବତ ହେଲା ୭କୋଟି

mahabharatanews

ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଆସିବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍

mahabharatanews