ଓଡିଶା

ବାହାର ବିଶେଷଜ୍ଞଙ୍କ ସାହାଯ୍ୟ ଲୋଡିଲେ ନନ୍ଦନକାନନ କର୍ତ୍ତୃପକ୍ଷ

ଭୁବନେଶ୍ୱର: ଲବ କୁଶ ଅସୁସ୍ଥ। ସ୍ଥାନୀୟ ଡାକ୍ତରଙ୍କ ଚିକିତ୍ସା, ସମସ୍ତ ଚେଷ୍ଟା ବିଫଳ ହୋଇଛି । ତେଣୁ ବାହାରୁ ବିଶେଷଜ୍ଞଙ୍କ ସହଯୋଗ ଲୋଡାଯାଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଦୁଇ ବାଘ ଛୁଆ ଲବକୁଶଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସୁ ନ ଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ଚେନ୍ନାଇ ଚିଡିଆଖାନା ଓ ଇଣ୍ଡିଆନ୍ ଭେଟେନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବିଶେଷଜ୍ଞଙ୍କ ପରାମର୍ଶ ଲୋଡିଛନ୍ତି ।
ହାଇଦ୍ରାବାଦରୁ ନନ୍ଦନକାନନକୁ ଏକ ବର୍ଷ ପୂର୍ବେ ଆସିଥିବା ବାଘ ସୈଫ ଔରଷରୁ ବାଘୁଣୀ ସ୍ନେହା ଏହି ୨ ଛୁଆ ପ୍ରସବ କରିଥିଲା। ପରେ ଏ ଦୁଇ ବାଘ ଛୁଆଙ୍କ ନାମକରଣ ହୋଇଥିବା ଲବ -କୁଶ । ଏହି ଦୁଇ ବାଘ ଛୁଆଙ୍କ ସହ ନନ୍ଦନକାନନରେ ବାଘ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି।

 

Related posts

ରାଜ୍ୟରେ କରୋନା ସଂକ୍ରମଣ କମିଛି : ୧୬୪ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ପାତ୍ରପଡ଼ା ‘ମୋ ବସ୍’ ଡିପୋରେ ଆନ୍ଦୋଳନ

mahabharatanews

୨୯୯ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

mahabharatanews