ଓଡିଶା

ଏଣିକି ରାତିରେ ନନ୍ଦନକାନନର ମଜା

(ଭୁବନେଶ୍ୱର) : ଏଣିକି ରାତିରେ ବି ନନ୍ଦନକାନନ ମଜା ନେଇପାରେ ପର୍ଯ୍ୟଟକ । ଆଜିଠୁ ନନ୍ଦନକାନନରେ ଆରମ୍ଭ ହେଉଛି ଫନାଇଟ ଆଉଟ ଆଟ୍ ଜୁ’ । ନନ୍ଦନକାନନ ପକ୍ଷରୁ ନୂଆ ଶୈକ୍ଷିକ କାର୍ଯ୍ୟକ୍ରମ ଆରମ୍ଭ ହେଉଛି । କେବଳ ରବିବାର ରାତିରେ ବୁଲିହେବ ନନ୍ଦନକାନନ । ୨୦ ଦର୍ଶକ ବୁଲିବାକୁ ବ୍ୟବସ୍ଥା କରାଯାଇଛି ।

ସୂଚନାନୁଯାୟୀ , ପର୍ଯ୍ୟଟକମାନେ ଅନଲାଇନରେ ଟିକେଟ କିଣି ନନ୍ଦନକାନନ ବୁଲିପାରିବେ । ଏହା ହେଉଛି ଏକ ଉଲ୍ଲେଖନୀୟ ଶିକ୍ଷାଗତ କାର୍ଯ୍ୟକ୍ରମ ଯେଉଁଥିରେ ଜଙ୍ଗଲ ଏବଂ ସେମାନଙ୍କର ବିବିଧ ବାସିନ୍ଦା ଜୀବନ୍ତ ହେବାପରେ ଅଂଶଗ୍ରହଣକାରୀମାନେ ରାତିର ପଶୁମାନଙ୍କର ଚମତ୍କାର ରାତ୍ରି ସମୟର ଆଡାପ୍ଟେସନ୍ ବିଷୟରେ ଜାଣିପାରିବେ । ରାତି ସମୟରେ ନନ୍ଦନକାନନ ବୁଲିବା ପାଇଁ ଟିକେଟ ୨୫୦ ଟଙ୍କା ରହିଛି । ଏଥିପାଇଁ ଯାତ୍ରୀମାନଙ୍କୁ ସନ୍ଧ୍ୟା ୬ଟା ୧୫ ସୁଧା ଆସି ବହୁତଳ କାର ପାର୍କିଂ ସେଣ୍ଟରରେ ପହଂଚିବାକୁ ପଡିବ । ନନ୍ଦନ କାନନ ସନ୍ଧ୍ୟା ୬ଟା ୩୦ ରେ ଆରମ୍ଭ ହୋଇ ୮ଟା ସମୟରେ ଶେଷ ହେବ । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକ ବ୍ୟାଟେରୀ ଗାଡିରେ ନନ୍ଦନକାନନରେ ବୁଲିବେ ।

Related posts

ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା 

mahabharatanews

ବଢୁଛି ସ୍କ୍ରବ୍ ଟାଇଫସ୍, ସୁନ୍ଦରଗଡ଼ରେ ୨୧୧ ରୋଗୀ ଚିହ୍ନଟ 

mahabharatanews

ରାଜ୍ୟରେ ଥମୁନାହିଁ ସଂକ୍ରମଣ: ଆଜି ପୁଣି ୨୧୮ ଚିହ୍ନଟ

mahabharatanews