ବ୍ୟୁରୋ : ପୃଥିବୀ ଭଳି ଆଉ ଏକ ଗ୍ରହରେ ପାଣି ନାସା। ସେୟାର କରିଛି କିଛି ଗୁରୁତ୍ୱପୂର୍ଣ୍ଣ ଫଟୋ । ଯାହା ବର୍ତ୍ତମାନ ସମୟରେ ପୃଥିବୀ ବାସୀଙ୍କ ପାଇଁ ବେଶ ଗୁରୁତ୍ୱବହନ କରୁଛି । ନାସାର ଖାସ ଟେଲିସ୍କୋପ ଜେମ୍ସ ବେବ ସ୍ପେସ ଟେଲିସ୍କୋପ କିଛି ଏଭଳି ଫଟୋ ସେୟାର କରିଛି ଯାହା ପ୍ରକୃତରେ ଆପଣଙ୍କୁ ଚକିତ କରିଦେବ । ଏହି ଫଟୋରେ ସ୍ପେସର ଅନେକ ଅଦ୍ଭୁତ ଚିତ୍ର ସାମନାକୁ ଆସିଛି । ଆଉ ଏହି ସବୁ ଫୋଟୋକୁ ସୋସିଆଲ ମିଡିଆରେ ବହୁ ମାତ୍ରାରେ ସେୟାର କରାଯାଉଛି । ଖାଲି ଏତିକି ନୁହେଁ ଟେଲିସ୍କୋପ ଏଭଳି କିଛି ସୂଚନା ଦେଇଛି ଯାହା ବେଶ ଗୁରୁତ୍ୱ ବଢାଉଛି । ପ୍ରକୃତ କଥା ହେଉଛି କି ଏହି ଟେଲିସ୍କୋପ ଏକ ଏଭଳି ଗ୍ରହର ପତ୍ତା ଲଗାଇଛି ଯେଉଁଠାରେ ପାଣିର ଆଶା ଆମେ ରଖିପାରିବା ।
ଅର୍ଥାତ ସେଠାରେ ପାଣି ଥିବା ନେଇ ସୂଚନା ଦେଇଛି ନାସା । ଯାହା ଦ୍ୱାରା ଅନୁମାନ ଲଗାଯାଉଛି କି ପୃଥିବୀ ଛଡା ଅନେକ ପ୍ରକାଶ ବର୍ଷରେ ଅନ୍ୟ କୌଣସି ଅଲଗା ଗ୍ରହରେ ମଧ୍ୟ ପାଣି ଥାଇପାରେ । ତେବେ ଜାଣିବା ନାସାରେ କେଉଁ ପ୍ରକାରର ଫୋଟୋ ସେୟାର କରାଯାଇଛି । ଏବଂ କେଉଁ ଗ୍ରହରେ ପାଣିର କଥା କୁହାଯାଉଛି । ଆଉ ଏହାକୁ ନେଇ ଅପଡେଟ ବର୍ତ୍ତମାନ କଣ ।ନାସାର ଜେମ୍ସ ବେବ ସ୍ପେସ ଟେଲିସ୍କୋପ କୌଣସି ଅନ୍ୟ ଗ୍ରହରେ ପାଣି, ବାଦଲ ଥିବା ପତ୍ତା ଲଗାଇଛି । ଆଉ ଖାସ କଥା ଏଇଆ କି ଏହା ପୃଥିବୀରୁ ବହୁ କମ ଦୂରରେ ରହିଥିବା ଅନୁମାନ ଲଗାଯାଇଛି ନାସା ।ପୃଥିବୀଠାରୁ ଏହା କେତେଦୂରରେ କହିବାକୁ ଗଲେ କୁହାଯାଉଛି କି ଏହା ଏକ ହଜାର ପ୍ରକାଶ ବର୍ଷ ଦୂରରେ ଅବସ୍ଥିତ ଓ ସୂର୍ଯ୍ୟ ଭଳି ଗ୍ରହର ପରିକ୍ରମା କରୁଛି । ଏହି ଗ୍ରହରେ ଗରମ ଗ୍ୟାସ ମଧ୍ୟ ଛାଇ ରହିଛି ।
ଅର୍ଥାତ କୁହାଯାଇପାରେ କି ଏହା ୯ଟ୍ରିଲିୟନ କିଲୋମିଟର ଦୂରରେ ଅବସ୍ଥିତ । ଏହି ଗ୍ରହକୁ ଡବ୍ଲୁ ଏଏସପି ୯୬ବି ବୋଲି କୁହାଯାଉଛି । ଏଥିରୁ ଟେଲିସ୍ପୋପର ଶକ୍ତିଶାଳୀ କ୍ଷମତାର ମଧ୍ୟ ଅନୁମାନ ଲଗାଯାଇପାରୁଛି । ଟେଲିସ୍କୋପ ଖୋଜିଥିବା ଗ୍ରହକୁ ୫୦୦୦ରୁ ଅଧିକ ଗ୍ରହ ମଧ୍ୟରେ ବି ଗୋଟିଏ ବୋଲି ଗଣାଯାଉଛି ବୋଲି କହିଛି ନାସା । ଏହି ଗ୍ରହ ଦକ୍ଷିଣ ଆକାଶ ନକ୍ଷତ୍ର ଫିନିକ୍ସରେ ରହିଛି ଏବଂ ଏହା ଗ୍ୟାସ ଜାଇଣ୍ଟ ବିଷୟରେ କହିଛି । ଯାହା ଆମ ସୋଲାର ସିଷ୍ଟମ ସହ ସିଧାସଳଖ ଅନୁରୂପ ନୁହେଁ । ନାସା ଅନୁସାରେ ଡବ୍ଲୁ ଏ ଏସପି ସୂର୍ଯ୍ୟ ଭଳି ଦେଖା ଯାଉଥିବା ତାରାର ବହୁତ ପାଖରେ । କୁହାଯାଉଛି କି ଏହା ବୁଧ ଓ ସୂର୍ଯ୍ୟ ମଧ୍ୟରେ ଥିବା ଦୂରତାର ଏକ ନବମ ଅଟେ ଓ ପୃଥିବୀର ଦିନ ଅନୁଯାୟୀ ସାଢେ ତିନି ଦିନରେ ଏକ ସର୍କିଟ ପୂରା କରେ । ଯେତେବଳେ ଏଭଳି ବଡ ଗ୍ରହରେ ଏଭଳି ବାତାବରଣ ମିଳୁଛି ତେବେ ଏହା ସୋଲାର ଖୋଜୁଥିବା ଲୋକଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ।