ମନୋରଞ୍ଜନ

ରାଗିଲେ ବଲିଉଡର ବରିଷ୍ଠ ଅଭିନେତା ନାସିରୁଦ୍ଦିନ

(ମୁମ୍ବାଇ) : ପୁଣି ଚର୍ଚାକୁ ଆସିଛନ୍ତି ବଲିଉଡର ବରିଷ୍ଠ ଅଭିନେତା ନାସିରୁଦ୍ଦିନ । ଶାହା ହିନ୍ଦୀ ଫିଲ୍ମ‌ରେ ଆଉ ଦମ୍ ନାହିଁ। କିଛି ଦିନ ତଳେ ଏଭଳି କହି ବିବାଦରେ ଥିଲେ ବଲିଉଡର ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହା । ହିନ୍ଦୀ ଚଳଚ୍ଚିତ୍ରର ବିଷୟବସ୍ତୁକୁ ନେଇ ସେ ଏଭଳି କହିଥିଲେ । ଏହାକୁ ନେଇ ଖୁବ ଚର୍ଚ୍ଚା ହୋଇଥିବା ବେଳେ ଏବେ ପୁଣି ତାଙ୍କର ଏକ ଭିଡିଓକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନାନୁଯାୟୀ , ଦିଲ୍ଲୀ ବିମାନବନ୍ଦରର ପାର୍କିଙ୍ଗରେ ଚାଲି ଚାଲି ଯାଉଛନ୍ତି । ଏହା ପରେ ତାଙ୍କର କିଛି ପ୍ରଶଂସକ ତାଙ୍କ ସହ ଫଟୋ ଉଠାଇବାକୁ ଇଚ୍ଛାପ୍ରକାଶ କରି ତାଙ୍କ ପଛେ ପଛେ ଧାଉଁଛନ୍ତି । ହେଲେ ଫଟୋ ଉଠାଇବାକୁ ମନା କରିଦେଉଛନ୍ତି ଅଭିନେତା । ଏହା ସତ୍ତ୍ୱେ ବି ପ୍ରଶଂସକମାନେ ଫଟୋ ଉଠାଇବାକୁ ତାଙ୍କ ପଛେ ପଛେ ଧାଉଁଥିବାରୁ ସେ ରାଗିଯାଉଛନ୍ତି । ‘ବହୁତ ବିରକ୍ତ କରିସାରିଲେଣି ମୋତେ । ଥରେ କହିଲେ ବୁଝିପାରୁନ କି’ । ଏଭଳି କହି ସେ ରାଗରେ କାରରେ ବସିବା ସହ ସେଠାରୁ ଚାଲିଯାଉଛନ୍ତି ।

Related posts

ଫିଲ୍ମ ‘ଆଦିପୁରୁଷ’କୁ ନେଇ ପ୍ରତିକ୍ରିୟା ଦେଲେ ବିବେକ ଅଗ୍ନିହୋତ୍ରୀ

mahabharatanews

ଠକାମିର ଶିକାର ହେଲେ ବଲିଉଡ ଅଭିନେତା ରାକେଶ ବେଦୀ

mahabharatanews

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ଚର୍ଚ୍ଚିତ ଦମ୍ପତି

mahabharatanews