ମନୋରଞ୍ଜନ

ଠକାମିର ଶିକାର ହେଲେ ବଲିଉଡ ଅଭିନେତା ରାକେଶ ବେଦୀ

(ମୁମ୍ବାଇ) : ନୂଆବର୍ଷରେ ଠକାମିର ଶିକାର ହେଲେ ବଲିଉଡ ଅଭିନେତା ରାକେଶ ବେଦୀ। ନୂଆବର୍ଷ ଅନେକଙ୍କ ପାଇଁ ଖୁସି ଆଣି ଆସିଥିବା ବେଳେ ରାକେଶଙ୍କ ପାଇଁ ଏହି ଦିନ ଭଲ ନଥିଲା। ଆର୍ମି ଅଫିସର ବୋଲି କହି ଠକମ‌ାନେ ତାଙ୍କଠାରୁ ଟଙ୍କା ଠକି ନେବା ପରେ ଏବେ ଅଭିନେତା ପୁଲିସ ଷ୍ଟେସନର ଚକ୍କର କାଟୁଥିବା ଜଣାପଡ଼ିଛି। ଓସିୱାରା ପୁଲିସ ଷ୍ଟେସନରେ ସେ ଅଭିଯୋଗ କରିଥିବା ସାମ୍ନାକୁ ଆସିଛି।

ସୂଚନାନୁଯାୟୀ , ରାକେଶ ବେଦୀ କହିଛନ୍ତି ଯେ, ମୋତେ ଜଣେ ବ୍ୟକ୍ତି ଫୋନ କରି ନିଜକୁ ଆର୍ମି ଅଫିସର ବୋଲି କହିଥିଲେ। ଫୋନ କରି ସେ ପୁଣେରେ ଥିବା ମୋ ଫ୍ଲାଟ କିଣିବା ପାଇଁ ଇଚ୍ଛୁକ ଥିବା କହିଥିଲେ। କିଛି ସମୟ ସେ ମୋ ସହ କଥା ହେବା ପରେ ମୁଁ ତାଙ୍କ ଜାଲରେ ଫସିଯାଇଥିଲି। କଥା କଥାରେ ସେ ମୋଠୁ ସବୁ ବିବରଣୀ ନେଇ ମୋ ଆକାଉଣ୍ଟରୁ ୭୫ହଜାର ଟଙ୍କା ଉଠାଇ ନେଇଥିଲେ। ଏବେ ମୁଁ ପୁଲିସ‌ରେ ଅଭିଯୋଗ କରି ମୋ ଆକାଉଣ୍ଟ ବିବରଣୀ ଦେଇଛି।

Related posts

ଟ୍ରୋଲ ହେଲେ ଅଭିନେତ୍ରୀ ମଲାଇକା

mahabharatanews

 ରଣବୀରଙ୍କ ଜିମ୍ ଟ୍ରେନର ସେୟାର କଲେ ଏଭଳି ଭିଡିଓ 

mahabharatanews

‘ବିଗବସ ସିଜନ ୧୭’: ଭୋ ଭୋ କାନ୍ଦିଲେ ଅଙ୍କିତା ଲୋଖଣ୍ଡେ 

mahabharatanews