ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀନ୍ଦ୍ର ହନେନାଗା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ପ୍ରମୁଖ ଉପସ୍ଥିତରେ ବିଭିନ୍ନ ବିଭାଗୀୟର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସମ୍ବିଧାନର ପ୍ରସ୍ତାବନା ପାଠ କରିଥିଲେ । ସେହିପରି ଜିଲ୍ଲାପରିଷଦ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ରରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ପୃଥ୍ୱୀରାଜ ମଣ୍ଡଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଅଶୋକ କୁମାର ପଟ୍ଟନାୟକ,ଡି.ପି.ଏମ. ଆର.ଜି.ଏସ.ଏ. ଶ୍ରୀ ତପନ କୁମାର ବାହୁବଳେନ୍ଦ୍ର, ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା କୁମାର ମଙ୍ଗରାଜ,ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା, ଶ୍ରୀ ମୁରଲୀଧର ପରିଛା ପ୍ରମୁଖ ମଞ୍ଚାସିନ ଥିଲେ । 
ଭାରତର ସମ୍ବିଧାନ ବିଶ୍ବର ସର୍ବ ବୃହତ୍ତମ ସମ୍ବିଧାନ ଅଟେ। ଏହି ସମ୍ବିଧାନ କୁ ବାବାସାହେବ୍ ଡ଼.ବି.ଆର ଅମ୍ବେଦକରଙ୍କ ଦ୍ବାରା ଲେଖା ଯାଇଥିବା କଥା ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଗଣ କହିଥିଲେ।ସମ୍ବିଧାନ ହେଉଛି ଜାତି, ଧର୍ମ, ବର୍ଣ୍ଣ ଲିଙ୍ଗ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ ବୋଲି ପ୍ରକାଶ କରିଥିଲେ। ଏହି ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀମାନଙ୍କୁ ନେଇ କବିତା, ଚିତ୍ରାଙ୍କନ,ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ କୃତୀ ପ୍ରତିଯୋଗୀ ରଙ୍ଗଲି ରେ ସୁଭଦ୍ରା ଭୂୟାଁ, ରାଜଶ୍ରୀ ସ୍ୱାଇଁ,ଲକ୍ଷ୍ମୀ ପ୍ରିୟା ରାଉତ,ଚିତ୍ରାଙ୍କନରେ ସ୍ୱର୍ଣ୍ଣ ଲକ୍ଷ୍ମୀ ବେହେରା, ସୁଧାଂଶୁ ଶେଖର ବିଷୋୟୀ,କବିତାରେ ସତ୍ୟ ଵ୍ରତ ଜେନା,ସ୍ନେହା ବେହେରା,ସନ୍ଧ୍ୟା ରାଣୀ ପଣ୍ଡା ,ସୁନାନୀ ହର୍ଷ, ପ୍ରମୁଖ କୃତି ଛାତ୍ରଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ପରେ ପରେ ଦସ୍ତଖତ ଅଭିଯାନ ସହ ସମ୍ବିଧାନ ପ୍ରସ୍ତାବନା ଶପଥ ପାଠ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଳ ଓ ପରିମଳର ସଂଯୋଜକଙ୍କ ସମେତ ବହୁ କର୍ମଚାରୀ ସହଯୋଗ କରିଥିଲେ ।
