ଭାରତ

ଗର୍ଭବତୀ ଘଟଣାରେ ଜାତୀୟ ମାନବାଧିକାରର ତଦନ୍ତ

ବ୍ୟୁରୋ:ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ଜାତୀୟ ମାନବାଧିକାର କମିଶନ । କନ୍ଧମାଳର ଏକ ସରକାରୀ ଆବାସିକ ବିଦ୍ୟାଳୟରେ ଜଣେ ଛାତ୍ରୀ ଗର୍ଭବତୀ ହେବା ଓ ଶିଶୁପୁତ୍ର ପ୍ରସବ ପରେ ଛାତ୍ରୀ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି କମିଶନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏକ ରିପୋର୍ଟ ଦେଇଛନ୍ତି । ଯାହାର ସବିଶେଷ ତଥ୍ୟ ୬ ସପ୍ତାହ ଭିତରେ ପ୍ରଦାନ କରିବା ପାଇଁ କୁହାଯାଇଛି । ଆଇନଜୀବି ରାଧାକାନ୍ତ ତ୍ରୀପାଠୀ ଏ ନେଇ ଜାତୀୟ ମାନବାଧିକାରର ଦୃଷ୍ଠି ଆକର୍ଷଣ କରିଥିଲେ । ଶ୍ରୀ ତ୍ରିପାଠୀ ତାଙ୍କ ଅଭିଯୋଗରେ ଉଲ୍ଲେଖ୍ୟ କରିଛନ୍ତି ଛାତ୍ରୀ ଜଣକ ଗର୍ଭବତୀ ଯନ୍ତ୍ରଣା ଦାଉରୁ ରକ୍ଷା ପାଇବା ପାଇଁ ଚଳିତ ମାସ ୫ ତାରିଖରେ ମେଡିକାଲ ଆସିଥିଲେ ଆଉ ଏକ ପୁତ୍ର ସନ୍ତାନ ଯାତ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ହେଲେ ପରିବାର ଲୋକଙ୍କ ଅଭିଯୋଗ ଡାକ୍ତରଙ୍କ ଅବହେଳା ପାଇଁ ଛାତ୍ରୀର ଜୀବନ ଯାଇଛି । ୧୦ ବର୍ଷରେ ପାଖାପାଖି ୨୦ ଟି ଘଟଣା ଏଭଳି ଘଟିଥିବା ଶ୍ରୀ ତ୍ରିପାଠୀ ଜାତୀୟ ମାନବାଧିକାରକୁ ଅବଗତ କରାଇଛନ୍ତି ।

Related posts

ଚନ୍ଦ୍ରଯାନ-୩; ବଦଳିଲା ରୋଭରର ପଥ

mahabharatanews

ରାସ୍ତାରେ ଦୁର୍ଘଟଣା; ଗାଡି ଚାଳକଙ୍କ ଉପରେ କଡା ନଜର ରଖନ୍ତୁ

mahabharatanews

ବଢିବାରେ ଲାଗିଛି କରୋନା ସଂକ୍ରମଣ , ଦୈନିକ ସଂକ୍ରମଣ ୬ ହଜାର ପାର କରିଛି

mahabharatanews