ଦୁର୍ଘଟଣାଭାରତ

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ଚାଲିଗଲା ୬ ଜୀବନ

କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଶ୍ରଦ୍ଧାଳୁ ଥିବାବେଳେ ୨ ଜଣ ପାଇଲଟ୍‌ ଅଛନ୍ତି। ଯେଉଁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି, ତାହା ଆର୍ଯ୍ୟନ କମ୍ପାନୀର ବୋଲି ଜଣାପଡିଛି।

ଯେଉଁ ସମୟରେ ହେଲିକପ୍ଟର କ୍ରାସ ହୋଇଥିଲା ସେଥିରେ ପାଇଲଟଙ୍କ ସମେତ ୬ ଲୋକ ବସିଥିଲେ। ଘଟଣା ସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଛି। ହେଲିକପ୍ଟର କ୍ରାସ୍‌ ଖରାପ ପାଣିପାଗ ଯୋଗୁଁ ହୋଇଛି ବୋଲି କୁହାଯାଉଛି। ତେବେ ମିଳିଥିବା ସୂଚନା ଅନୁଯାୟୀ, ହେଲିକପ୍ଟରଟି କେଦାରନାଥରୁ ଫାଟା ଯାଉଥିଲା। ଏହି ସମୟରେ ଦୁର୍ଘଟଣା ହୋଇଥିଲା।

 

Related posts

ସେନା ଗୁଳିରେ ୪ ଆତଙ୍କବାଦୀ ନିହତ 

mahabharatanews

ଓଡିଶାର ନୂଆ ରାଜ୍ୟପାଳ ଶ୍ରୀ ରଘୁବର ଦାସ

mahabharatanews

କମିବ ନକଲି ଔଷଧ ବ୍ୟାପାର ;ଏଣିକି ଔଷଧରେ ରହିବ କ୍ୟୁଆର୍‌ କୋଡ୍‌

mahabharatanews