କଳାହାଣ୍ଡି ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ, ଭବାନୀପାଟଣା ଜିଲ୍ଲାପାଳ ସଦଭାବନା ସଭାଗୃହ ରେ ଅନୁଷ୍ଠିତ ହୋଇଥିଲା। ସଭାରେ କଳାହାଣ୍ଡି ଜିଲ୍ଲାପାଳ ସଚିନ୍ ପାଓ୍ବାର ପ୍ରକାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ, ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଙ୍କୁ ଜିଲ୍ଲାପ୍ରଶାସନ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ। ଆଲୋଚନା ର ବିଷୟଥିଲା ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ବାସନିୟତାର ସଂଗ୍ରକ୍ଷଣ । କେମିତି ଗଣମାଧ୍ୟମ କଳାହାଣ୍ଡି ଜିଲ୍ଲା ର ବିକାଶ ପାଇଁ ସହାୟ ହେଉଛି , ସେହିଭଳି ଜାତୀୟ ସ୍ତରରେ ମଧ୍ୟ ପଜିଟିଭ ଖବର କରିବା ପାଇଁ ଆହ୍ବାନ ରହିବ ବୋଲି ଆଲୋଚନା ହୋଇଥିଲା। ଏଥିରେ ସମ୍ମାନିତ ଅତିଥୁ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂହ ଦେଓ, ମାନ୍ୟବର ଅଧ୍ଯକ୍ଷ, ଜିଲ୍ଲା ପରିଷଦ, କଳାହାଣ୍ଡି, ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ, ଓ.ପ୍ର.ସେ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), କଳାହାଣ୍ଡି , ଶ୍ରୀଯୁକ୍ତ ବଇତୁରା ଦୀପ, ଓ.ପ୍ର.ସେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍), କଳାହାଣ୍ଡି ଶ୍ରୀଯୁକ୍ତ ପ୍ରଭାତ କୁମାର ପରିଡା, ଉପଜିଲ୍ଲାପାଳ, ଭବାନୀପାଟଣା ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ଉମାଶଙ୍କର କର, ବରିଷ୍ଠ ସାମ୍ବାଦିକ, ସମ୍ମାନିତ ବକ୍ତା ଶ୍ରୀଯୁକ୍ତ ସାନ୍ତନୁ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସାଧୂନ ପାତ୍ର, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ କମ୍ବୁପାଣି ମିଶ୍ର, ବରିଷ୍ଠ ସାମ୍ବାଦିକ, ଶ୍ରୀଯୁକ୍ତ ସତ୍ୟନାରାୟଣ ମହାପାତ୍ର, ବରିଷ୍ଠ ସାମ୍ବାଦିକ, ଶ୍ରୀଯୁକ୍ତ ଦେବେନ୍ଦ୍ର ବିଶି, ବରିଷ୍ଠ ସାମ୍ବାଦିକ ଉପସ୍ଥିତ ରହି ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ କରି ସାଫଲ୍ୟ ମଣ୍ଡିତ କରିଥିଲେ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସଭାକାର୍ଯ୍ୟ ଓ ପୁରସ୍କାର ବିତରଣ ହୋଇଥିଲା
