ଓଡିଶା

ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ଧମାକାଦାର ପ୍ରଚାର

 (ରାଉରକେଲା) : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲାରେ ପ୍ରଚାର ଆରମ୍ଭ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।  ପ୍ରବଳ ଖରାରେ ଲୋକଙ୍କ ବିପୁଳ ଉପସ୍ଥିତି ଯୋଗୁଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ୍‍ ଦେଇଥିଲେ । ନିଜର ଚିରାଚରିତ ବହୁତ କମ୍‍ କଥାରେ ସେ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ । ଲୋକଙ୍କ ଭିତରେ ଥିଲା ବିପୁଳ ଉତ୍ସାହ । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଥିଲା କଥା କମ୍‍, ବିପୁଳ ଜନ ସମର୍ଥନର ଏକ ଦର୍ଶନୀୟ ଉଦାହରଣ ।

କଥା କମ୍‍ ବିପୁଳ ଜନ ସମର୍ଥନ । ପ୍ରବଳ ଖରାରେ ବିପୁଳ ଉପସ୍ଥିତି ଯୋଗୁଁ ଧନ୍ୟବାଦ୍‍ ଜଣାଇଲେ ମୁଖ୍ୟମନ୍ତ୍ରୀ । ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ । ବିଜୁ ଜନତା ଦଳ ସରକାର ମାଗଣାରେ ବିଜୁଳି ଦେବେ । ଆପଣମାନେ ଖୁସି ତ ?ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଉଚ୍ଛ୍ୱସିତ ‘ହଁ’ରେ ପ୍ରକମ୍ପିତ ହେଲା ସଭାସ୍ଥଳ । ବିରୋଧୀ ଦଳ ମିଛ କଥା କହୁଛନ୍ତି, କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି । ବିଭିନ୍ନ ଜନ କଲ୍ୟାଣ ଯୋଜନାର ସୁଫଳ ସମ୍ପର୍କରେ ଜନମତ ଲୋଡିଲେ ମୁଖ୍ୟମନ୍ତ୍ରୀ । ହକି ବିଶ୍ୱକପ୍‍ ଆୟୋଜନ ବହୁ କଠିନ କାମ ଥିଲା । ମୁଖ୍ୟମନ୍ତ୍ରୀ ଦିନରାତି କଠିନ ପରିଶ୍ରମ କରି ଏହାକୁ ସଫଳ କଲେ – ଶ୍ରୀ ପାଣ୍ଡିଆନ ।

Related posts

ଅସନ୍ତୁଷ୍ଟଙ୍କ ପାଇଁ ବୋର୍ଡ ପକ୍ଷରୁ ସର୍ତ୍ତାବଳୀ ଜାରି

mahabharatanews

ତିର୍ତ୍ତୋଲ ବ୍ଳକର ତିନି ଗାଁ ଜଳବନ୍ଦୀ

mahabharatanews

ଛେରାପହଁରା କାର୍ଯ୍ୟ ଶେଷ ପରେ ରଥ ଟଣା ଆରମ୍ଭ

mahabharatanews

Leave a Comment