ଭୁବନେଶ୍ବର: ଚାଲିଛି ଭୋଟ୍ ଗଣତି । ନିର୍ଦ୍ଧାରଣ ହେଉଛି ପ୍ରାର୍ଥୀ ଙ୍କ ଭାଗ୍ୟ । ଏହି ସଂଖ୍ୟା ଖେଳ ଭିତରେ କେତେବେଳେ କିଏ ଆଗକୁଯାଉଛି ତ କେତେବେଳେ ଆଉ କିଏ ପଛକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ନଜର ରହିଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୁଇ ଆସନ ଉପରେ । ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଝି ଆସନରେ ଆଗରେ ରହିଛନ୍ତି । କଣ୍ଟାବାଞ୍ଝି ଆସନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କୁ ପଛରେ ପକାଇ ନବୀନ ପଟ୍ଟନାୟକ ଆଗରେ ରହିଛନ୍ତି । ସେହିଭଳି ହିଞ୍ଜିଳି ଆସନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶିଶିର କୁମାର ବାଗ୍ ଙ୍କୁ ପଛରେ ପକାଇ ନବୀନ ଆଗରେ ରହିଛନ୍ତି ।
next post
