ଓଡିଶା

ପୁଣି ଖଟିଆରେ ବୁହା ହେଲେ ରୋଗୀ


କରଞ୍ଜିଆ/ ବସନ୍ତ କୁମାର ସୋରେନ : ପୁଣି ଖଟିଆରେ ବୁହା ହେଲେ ରୋଗୀ । ରାସ୍ତା ଭଲ ନଥିବାରୁ ପ୍ରାୟ ୧ କିମିରୁ ଉର୍ଦ୍ଧ ରାସ୍ତା ଖଟିଆ ରେ ବୁହା ହୋଈ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଡାକ୍ତରଖାନା  କୁ ଆସିଲେ ରୋଗୀ । ଏପରି ଏକ ଦୁଖଦଃ ଘଟଣା ଦେଖିବା କୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକଅନ୍ତର୍ଗତ ଚମ୍ପା୍ଝର ଗ୍ରାମ ପଞ୍ଚାୟତ ଅଶନବଣୀ ଗ୍ରାମରେ, ପ୍ରକାଶ ଯେ ଅଶନବଣୀ ସାହିର ରତନ ମାର୍ଣ୍ଡିଙ୍କ ପୁଅ  କାରୁ ମାର୍ଣ୍ଡିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ବାପା ରତନ ମାର୍ଣ୍ଡି ଫୋନ୍ ଯୋଗେ ୧୦୮ ଆମ୍ବୁଲାନ୍ସ କୁ ଡାକିଥିଲେ। ମାତ୍ର ଆମ୍ବୁଲାନ୍ସ ଟି ଗ୍ରାମକୁ ପହଂଚି ପାରିନଥିଲା କାରଣ ପ୍ରାୟ ୧ କିମି ରାସ୍ତା ଅତି ଖରାପ ଥିବାରୁ ୧୦୮ ଆମ୍ବୁଲାନ୍ସ ସାହିକୁ ଯାଇ ନପାରି ଅଟକି ରହିଥିଲା। ଫଳରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା କାରୁ ମାର୍ଣ୍ଡି କୁ ଶେଷ ରେ ଗ୍ରାମର  ପଡୋଶୀ ମାନେ ଏକ ଖାଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ଓ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ବର୍ତମାନ ରୋଗୀଙ୍କ ଅବସ୍ଥା ଭଲ ଥିବାର ଜଣାଯାଇଛି। ସରକାରଙ୍କମଳମାଳ ଯୋଜନା ଓ ରାସ୍ତା  ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଦୁର୍ଗମ ପାହାଡି ଅଞ୍ଚଳକୁ ଭଲ ରାସ୍ତା ନଥିବା କାରଣ ରୁ ଲୋକେ ସମସ୍ୟା ରେ ପଡୁଛନ୍ତି। ତେବେ ଏ ସମ୍ବନ୍ଧରେ ବାରମ୍ବାର ପ୍ରଶାସନ ର ଦୃଷ୍ଟି ଆକର୍ଷଣ  କରି ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁ ଗଣ୍ଡାକୁ ଖୋଣ୍ଡିଏ ଭଲ ରାସ୍ତା ହୋଇପାରୀଲା ନାହିଁ , ତେବେ ଦେଖିବାପାଇଁ ବାକି ରହିଲା କେବେ ଅଶନବଣୀ ଗାଁ କୁ ରାସ୍ତା ହେଉଛି ?

Related posts

କେଵଳ ଅତ୍ୟାବଶ୍ୟକ ସାମଗ୍ରୀ ସେବା ଦୋକାନ ଖୋଲିବ: ପୁରୀ ଜିଲ୍ଲାପାଳ

mahabharatanews

ରସିକିଆ ନକଲି ଡାକ୍ତରକୁ ୫ଦିନିଆ ରିମାଣ୍ଡରେ ନେବ କମିଶନରେଟ ପୁଲିସ

mahabharatanews

୧୧ଟା ସୁଦ୍ଧା ୨୧.୩୨% ମତଦାନ ରେକର୍ଡ

mahabharatanews