ଓଡିଶା

ଖୋର୍ଦ୍ଧା ଓ ଜଗତସିଂହପୁରରେ ଶୁଭାରମ୍ଭ ହେବ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ 

(ଭୁବନେଶ୍ୱର) :  ଆଉ ଦୁଇ ଜିଲ୍ଲାରେ ହେବ ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ । ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଶୁଭାରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା । ଦୁଇ ଜିଲ୍ଲାରେ ବିଭିନ୍ନ ଉନ୍ନୟନ୍ନମୂଳକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନାନୁଯାୟୀ , ଖୋର୍ଦ୍ଧା ଜିଲ୍ଲାରେ ୯୫କୋଟି ଟଙ୍କା ବ୍ୟୟରେ ୨୭୬୩ ଟି ପ୍ରକଳ୍ପ ଏବଂ ଜଗତସିଂହପୁରରେ ୯୯ କୋଟି ଟଙ୍କା ବ୍ୟୟରେ ୨୯୨୨ଟି ଉନ୍ନୟନ୍ନପ୍ରକଳ୍ପର ଉଦଘାଟନ ହେବ । ପ୍ରତି ପଞ୍ଚାୟତ, ପ୍ରତି ଗାଁ ରେ ବିକାଶ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଆମ ଓଡିଶା ନବୀନ ଓଡିଶା’ । ପ୍ରଥମେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା । ପରେ ପୁରୀ, ନୟାଗଡ଼, ମୟୂରଭଞ୍ଜ, ବରଗଡ଼ ଓ ଦେବଗଡ଼, କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯାଇଛି । ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ୩୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ ।

Related posts

୧୯ରେ ଆଣ୍ଡାମାନ ଛୁଇଁବ ମୌସୁମୀ ବାୟୁ

mahabharatanews

ଯୁବ ପ୍ରତୀକ ଆସୋସିଏସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ

mahabharatanews