ଓଡିଶା

ନେତାଜୀ ଟର୍ମିନାଲ ନିର୍ମାଣକୁ ହାଇକୋର୍ଟଙ୍କ ଝଟକା

କଟକ: କଟକ ନେତାଜୀ ବସ୍ ଟର୍ମିନାଲ କରିବାକୁ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ହୋଇଥିବା ବହୁ ଆଡମ୍ବରରେ ଲଘୁକ୍ରିୟା ଦେଖିବାକୁ ମିଳିଛି । ଏହି ବସ ଟର୍ମିନାଲ ପ୍ରକଳ୍ପକୁ ହାଇକୋର୍ଟଙ୍କ ପକ୍ଷରୁ ଝଟକା ଦିଆଯାଇଛି । ଖାନ ନଗର କାଳୀ ମନ୍ଦିର ଜାଗା ଉପରେ ନିର୍ମାଣ ହେବାକୁ ଥିବା ବସ ଟର୍ମିନାଲ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି ।
ନେତାଜୀ ବସ ଟର୍ମିନାଲର ପ୍ରସ୍ତାବିତ ପ୍ରକଳ୍ପ ପାଇଁ କାଳୀ ମନ୍ଦିର ଜାଗାର ଆବଶ୍ୟକତା ରହୁଛି । କାଳୀ ମନ୍ଦିର ଜାଗାକୁ ରାଜ୍ୟସରକାର ନେଇ ଏଠାରେ ଟର୍ମିନାଲ ସ୍ଥାପନ କରିବାର ପ୍ରସ୍ତାବ ରହିଛି । ତେବେ କାଳୀ ମନ୍ଦିର ଜମି ଉପରେ ଟର୍ମିନାଲ ନିର୍ମାଣକୁ ବିରୋଧ କରି ହାଇକୋର୍ଟରେ ମାମଲା ହୋଇଥିଲା ।ଏହି ମାମଲାର ଶୁଣାଣି କରି ମାନ୍ୟବର କୋର୍ଟ ସଂପୃକ୍ତ ସ୍ଥାନ ଉପରେ ସ୍ଥିତାବସ୍ଥା ଜାରି କରିଛନ୍ତି । ପରବର୍ତ୍ତୀ ଶୁଣାଣି ପର୍ୟ୍ୟନ୍ତ ମନ୍ଦିର ଜାଗା ସରକାର ଅକ୍ତିଆର କରି ପାରିବେ ନାହିଁ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କୁ ନୋଟିସ୍ ମଧ୍ୟ କରାଯାଇଛି ।
ନେତାଜୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କରିଥିଲେ । ଖାନନଗରରେ ୧୨ ଏକର ଜାଗାରେ ନିର୍ମାଣ ହେବାକୁ ଯାଉଥିବା ଏହି ବସ୍ ଟର୍ମିନାଲ ପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ବସ୍‌ ଟର୍ମିନାଲ୍‌ରେ ୧୮୦ଟି ବସ୍ ପାର୍କିଂର ବ୍ୟବସ୍ଥା ରହିବ ।

 

Related posts

ଗୁଣିଗାରେଡି ଓ ଡାହାଣୀ ପରି ଧର୍ତ୍ତବ୍ୟ ଅପରାଧର ଦମନ କରାଯିବା ଉଚିତ: ହାଇକୋର୍ଟ

mahabharatanews

ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ

mahabharatanews

ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ୩ ମୃତ

mahabharatanews