ଭାରତରାଜନୀତି

ସଂସଦରେ ଶୁଭିଲା ଓଡ଼ିଆ ଅସ୍ମିତା ସ୍ୱର

ନୂଆଦିଲ୍ଲୀ: ଆଜି ସଂସଦରେ ଶପଥ ନେଇଛନ୍ତି ଓଡ଼ିଆ ସାଂସଦ । ସଂସଦରେ ଶୁଭିଲା ଓଡ଼ିଆ ଅସ୍ମିତା ସ୍ୱର । ସଂସ୍କୃତ, ସାନ୍ତାଳୀ ଓ ଓଡ଼ିଶା ଭାଷାରେ ଶପନୟଥ ନେଲେ ଓଡ଼ିଶା ସାଂସଦ । ଗତକାଲି କାମଚଳା ବାଚସ୍ପତି ଭାବେ ପ୍ରଥମେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ପରେ ଦୁଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ଲୋକସଭାରେ ପ୍ରଥମେ ଶପଥ ଗ୍ରହଣ କରିଥିଲେ ।
ଆଜି ଦ୍ୱିତୀୟ ଦିନରେ ବାକି ଥିବା ଓଡ଼ିଆ ସାଂସଦ ଶପଥ ଗ୍ରହଣ କରିଛନ୍ତି । ଲୋକସଭାର ସଦସ୍ୟ ଭାବେ ସାନ୍ତାଳୀ ଭାଷାରେ ଶପଥ ନେଇଛନ୍ତି ମୟୂରଭଞ୍ଚ ସାଂସଦ ନବଚରଣ ମାଝୀ । ସେହିପରି ଲୋକସଭାର ସଦସ୍ୟ ଭାବେ ସଂସ୍କୃତରେ ଶପଥ ନେଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସଂସଦର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ କରାଇଲେ ଶପଥ ପାଠ । ସାଂସଦ ମାଳବିକା ଦେବୀ ଏବଂ ପ୍ରଦୀପ ପାଣିଗ୍ରାହୀ ଇଂରାଜୀରେ ଶପଥ ପାଠ କରିଥିବା ବେଳେ ବାକି ସାଂସଦମାନେ ଓଡ଼ିଆରେ ଶପଥ ଗୟହଣ କରିଛନ୍ତି । ବିଜେପି ଏଥର ୨୧ରୁ ୨୦ ଲୋକସଭା ଆସନ ଜିତିଛି । ଆଜି ବିଜେପିରୁ ୧୭ ଜଣ ଓଡ଼ିଆ ସାଂସଦ ଶପଥ ଗ୍ରହଣ କରିଛନ୍ତି । ସେହିପରି ମାଳବିକା ଦେବୀ ମଧ୍ୟ ଇଂରାଜୀରେ ଶପଥ ପାଠ କରିଛନ୍ତି ।

Related posts

ପ୍ରସନ୍ନ ଆଚାର୍ଯ୍ୟ ନେଲେ ନିର୍ବାଚନ ମଣ୍ଡଳୀରେ ପରିଚାଳନା ଦାୟିତ୍ଵ

mahabharatanews

ରଥଯାତ୍ରାକୁ ନେଇ କୌଣସି ବୟାନ ଦେବାକୁ ବିଜେଡିର ବାରଣ

mahabharatanews

କରୋନା ନୂଆ ଭାରିଆଣ୍ଟ ; ଉତ୍ତର ପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି

mahabharatanews