ଭୁବନେଶ୍ୱର: ରାଜ୍ୟରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ବଢିଲା ଚିନ୍ତା । ଆଜି ଅନୁଷ୍ଠିତ ଓମିକ୍ରନ ମୁକାବିଲା ବୈଠକରେ ରାଜ୍ୟ ସରକାର ନେଇଛନ୍ତି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରାଜ୍ୟରେ କରୋନା କଟକଣା ବଢାଇବାକୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନରଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ସ୍ଥିତିକୁ ଦେଖି ଜିଲ୍ଲାପାଳମାନେ କଟକଣା ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସର୍ଭେଲାନ୍ସ ବୃଦ୍ଧି, ଟୀକାକରଣ, ଜେନମ ସିକ୍ୟୁଏନ୍ସିଂ ବଢାଇବା ଉପରେ ଗୁରୁତ୍ୱ ଦେବାକୁ ଦିଆଯାଇଛି ନିର୍ଦ୍ଦେଶ । ଆରଟିପିସିଆରରେ ପଜିଟିଭ ଓ ସିଟି ଭ୍ୟାଲୁ କମ ଥିବା ଲୋକଙ୍କ ଜେନମ ସିକ୍ୟୁଏନ୍ସିଂ କରିବାକୁ କୁହାଯାଇଛି । ଏଥିସହ ହଷ୍ଟେଲଗୁଡିକରେ ପିଲାଙ୍କଠାରେ ଲକ୍ଷଣ ପ୍ରକାଶ ପାଇଲେ ପରୀକ୍ଷା ହେବା ପର୍ଯ୍ୟନ୍ତ ସେମାନଙ୍କୁ ଅଲଗା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନୂଆବର୍ଷ ପାଇଁ ଖୁବ ଶୀଘ୍ର ନୂଆ ଗାଇଡ ଲାଇନ ଆସିପାରେ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
next post
