ଓଡିଶା

ଶାରଳା ମନ୍ଦିରରେ ନୂଆ ନିୟମ ; ମନ୍ଦିର ଭିତରକୁ ମୋବାଲଇ ମନା

ଜଗତସିଂହପୁର: ଶାରଳା ମନ୍ଦିରରେ ନୂଆ ନିୟମ । ମନ୍ଦିର ଭିତରକୁ ମୋବାଲଇ ଓ ପଲିଥିନ ମନା । ସେହିପରି ବ୍ରତ ହୋଇ ନଥିବା ଏବଂ ଅବିବାହିତ ସେବକ ମାନଙ୍କୁ ଗର୍ଭ ଗୃହ ପ୍ରବୋଶକୁ ନିଷେଧ କରାଯାଇଛି । ଏହି ନୂଆ ନିୟମ ଜିଲ୍ଲା ପ୍ରଶାସନ ଲାଗୁ କରିଛନ୍ତି । ମନ୍ଦିର ଭିତରେ ଶୃଙ୍ଖଳା ଆଣିବାକୁ ଏହି ନିୟମ ଲାଗୁ କରିଛନ୍ତି । ନିୟମ ଅନୁଯାୟୀ ମାଆଙ୍କ ମଝି ଦେଉଳ ଓ ଗର୍ଭ ଗୃହକୁ ମୋବାଇଲ ନିଷେଧ ମନା । ଏହା ସହିତ ମାଆଙ୍କର ବିଗ୍ରହର ଫଟୋ ଉଠାଇବା ନିଷେଧ କରାଯାଇଛି । ବେଢ଼ା ଭିତରେ ଫଟୋ ଉଠାଇଲେ ଜରିମାନା ଲାଗୁହେବ । ସେବାୟତ ମାନେ ଯାତ୍ରୀଙ୍କୁ ହଇରାଣ କଲେ ସେମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପଦକ୍ଷେପ ନିଆଯିବ ।

Related posts

ଯୁବକଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧା ମୃତ

mahabharatanews

ଡେଙ୍ଗୁ ଆତଙ୍କ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮୨୫କୁ ବୃଦ୍ଧି

mahabharatanews

ପ୍ରଥମ ଦିନରୁ ମହିଳାଙ୍କ ଆତ୍ମାହୁତୀ ଉଦ୍ୟମ

mahabharatanews