ଭାରତ

କରୋନା ଠାରୁ ମାରାତ୍ମକ ନିପା ଭାଇରସ

ଡରାଉଛି ନିପା ଭାଇରସ୍ । କେରଳରେ ନିପା ଭାଇରସ୍ କାରଣରୁ ଆଉ ଏକ ମୃତ୍ୟୁ । ଏହା ଦ୍ୱିତୀୟ ଘଟଣା । ଅନ୍ୟପଟେ ଭାରତରେ ଅଧା ରାଜ୍ୟରେ ପହଞ୍ôଚସାରିଛି ନିପା । କୁହାଯାଉଛି କରୋନା ଠାରୁ ମାରାତ୍ମକ ନିପା ଭାଇରସ । ଚଳିତ ବର୍ଷ ଏହାର ସଂକ୍ରମଣ କେରଳରେ ଅଧିକ ଚିହ୍ନଟ ହୋଇଛି ।

ଜୁଲାଇ ୧୨ ତାରିଖରେ କେରଳର ପାଲକ୍କଡ ଜିଲ୍ଲାର ଜଣେ ୫୭ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ସେ ମଧ୍ୟ ନିପା ଭାଇରସରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି, ସରକାର ସେହି ଅଞ୍ଚଳରେ ନଜର ରଖିବା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ ତାଙ୍କ ନମୁନା ମଞ୍ଜେରି ମେଡିକାଲ କଲେଜରେ ପରୀକ୍ଷା କରାଯାଇଥିଲା, ଯେଉଁଠାରେ ନିପା ଭାଇରସ ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣ ମିଳିଥିଲା । ତେବେ ସେ କହିଛନ୍ତି ଯେ ସରକାର ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ ନିଶ୍ଚିତକରଣ ପାଇଁ ଅପେକ୍ଷା କରିଛି ।

Related posts

ମଣିପୁର ହିଂସା ; କୁକୁ ସମ୍ପ୍ରଦାୟର ୩ଜଣଙ୍କୁ ଗୁଳି ମାରି ହତ୍ୟା 

mahabharatanews

ଏହି ଦେଶକୁ ଛୁଇଁନି କରୋନା

mahabharatanews

ଆଜି ‘One Nation  , One Election’ କମିଟିର ପ୍ରଥମ ବୈଠକ

mahabharatanews