bharat

କ୍ରମାଗତ ଷଷ୍ଠ ଥର ପାଇଁ IIT ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବିବେଚିତ

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ଅନୁଷ୍ଠାନ ରାଙ୍କିଙ୍ଗ୍ ଫ୍ରେମୱାର୍କ (ଘଓଜୠ) ୨୦୨୪ ଘୋଷଣା କରାଯାଇଛି । ଚଳିତ ବର୍ଷର ୩ଟି ନୂଆ କାଟାଗୋରୀ ସହ ଏଥର ୧୬ଟି କାଟାଗୋରୀରେ ରାଙ୍କିଂ ପ୍ରକାଶ ପାଇଛି । କ୍ରମାଗତ ଷଷ୍ଠ ଥର ପାଇଁ ଓଓଞ ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବିବେଚିତ ହୋଇଛି । ଓଭରଅଲ କ୍ୟାଟାଗୋରୀ ଓ ଇଞ୍ଜିନିୟରିଂ ବର୍ଗରେ ଆଇଆଇଟି ମାଡ୍ରାସ ୧ନଂରେ ରହିଛି। ଏହାକୁ ମିଶାଇ କ୍ରମାଗତ ୮ମ ଥର ପାଇଁ ଆଇଆଇଟି ମାଡ୍ରାସ ଇଞ୍ଜିନିୟରିଂ କ୍ଷେତ୍ରରେ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛି।

ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗରେ ଆଇଆଇଟି ଶିକ୍ଷାନୁଷ୍ଠାନ ଗୁଡ଼ିକର ଦବଦବା ଦେଖିବାକୁ ମିଳିଛି। ଆଇଆଇଟି ମାଡ୍ରାସ ପଛକୁ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ସାଇନ୍ସ ଦ୍ୱିତୀୟ ସ୍ଥାନରେ ରହିଛି। ଆଇଆଇଟି ବମ୍ବେ ୩ୟ ସ୍ଥାନରେ, ଆଇଆଇଟି ଦିଲ୍ଲୀ ୪ର୍ଥ ସ୍ଥାନରେ, ଆଇଆଇଟି କାନପୁର ୫ମ ସ୍ଥାନରେ, ୬ଷ୍ଠ ସ୍ଥାନରେ ଆଇଆଇଟି ଖଡ଼ଗପୁର, ୭ମ ସ୍ଥାନରେ ଦିଲ୍ଲୀ ଏମ୍ସ, ଆଇଆଇଟି ଋକୀ ୮ମ ସ୍ଥାନରେ ଓ ଆଇଆଇଟି ଗୁହାଟୀ ୯ମ ଓ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) ୧୦ମ ସ୍ଥାନରେ ରହିଛି ।

Related posts

ଏବେ ନା ଲେଖି ପାରିବେ ନା କମେଣ୍ଟ କରି ପାରିବେ କେବଳ ରିଲ୍ ଦେଖିପାରିବେ ସେନା

mahabharatanews

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ ପରେ ଏଥର ପେଟ୍ରୋଲ ପମ୍ପରେ ଲିମିଟ୍‌ରେ ମିଳିବ ତେଲ ।

mahabharatanews

ଆଇ ପି ଏଲ୍ ଫାଇନାଲର ଟିକେଟ୍ କାଟିଲା ଗୁଜୁରାଟ ଟାଇଟନ୍ସ ।

mahabharatanews