ଓଡିଶା

ଆସିଛି ଦିଲ୍ଲୀରୁ ଡାକରା: ସ୍ୱାଧୀନତା ଦିବସରେ ଅତିଥି ହେବେ ପୁରୀର ଆଶାକର୍ମୀ ସୁକାନ୍ତି

ପୁରୀ: ଆସିଛି ଦିଲ୍ଲୀରୁ ଡାକରା । ୭୮ ତମ ସ୍ୱାଧୀନତା ଦିବସରେ ଦିଲ୍ଲୀରେ ଅତିଥି ହେବେ ପୁରୀ ଚନ୍ଦନପୁର ତଳଜଙ୍ଗ ଗାଁର ଆଶାକର୍ମୀ ଶ୍ରୀମତି ସୁକାନ୍ତି ଜେନା। ଜାତୀୟ ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ତାଙ୍କୁ ବିଶେଷ ଅତିଥି ଭାବରେ ଯୋଗ ଦେବାକୁ ନିମନ୍ତ୍ରଣ ମିଳିଛି। ସେ ଦିଲ୍ଲୀର ଅନ୍ୟ ଅତିଥିଙ୍କ ଗହଣରେ ବସି ପରେଡ୍ ଉତ୍ସବ ଦେଖିବାର ସୁଯୋଗ ପାଇବେ। ଏନେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟାଳୟରୁ ତାଙ୍କ ନିକଟକୁ ନିମନ୍ତ୍ରଣପତ୍ର ଆସିଛି। ଆସନ୍ତା ୧୩ ଅଗଷ୍ଟରେ ସେ ଓ ତାଙ୍କ ଝିଅ ରାଜଧାନୀ ଏକ୍ସପ୍ରେସ ଯୋଗେ ନୂଆଦିଲ୍ଲୀ ଯାତ୍ରା କରିବେ।

ଜାତୀୟ ସ୍ୱାସ୍ଥ୍ୟ ମିଶନର ଅନେକ ଯୋଜନାକୁ ସୁକାନ୍ତି ଲୋକମାନଙ୍କ ପାଖରେ ପହଞ୍ଚାଇଛନ୍ତି। ମ୍ୟାଲେରିଆ, ଡେଙ୍ଗୁ,ଡାଇରିଆ, ଯକ୍ଷ୍ମା ଏବଂ ମାତୃ ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ନିମିତ୍ତ ଥିବା ଅନେକ ଯୋଜନାରସଫଳ ରୂପାୟନ ମଧ୍ୟ କରିଛନ୍ତି। ଓଡ଼ିଶାରୁ ଏକମାତ୍ର ଆଶା କର୍ମୀ ଭାବେ ତାଙ୍କୁ ଏହି ନିମନ୍ତ୍ରଣ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି। ସେହିପରି ANM ଭାବେ କେନ୍ଦୁଝରର ଦମୟନ୍ତୀ ରାଉତଙ୍କୁ ମିଳିଛି ନିମନ୍ତ୍ରଣ ପତ୍ର।

Related posts

ଆଜି ପବିତ୍ର ପଙ୍କେ ଉଦ୍ଧାର ଏକାଦଶୀ

mahabharatanews

ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews

କରୋନା: ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ୬ ରାଷ୍ଟ୍ର ସହ ଆଲୋଚନା

mahabharatanews