Uncategorized

ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବରୁ କେହି ମରିନାହାନ୍ତି: କେନ୍ଦ୍ର

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ବେଳେ ଅକ୍ସିଜେନ ଅଭାବ ବିଶ୍ୱସ୍ତରରେ ଉଦବେଗ ସୃଷ୍ଟି କରିଥିବା ବେଳେ କେନ୍ଦ୍ର କହିଛି ଅକ୍ସିଜେନ ଅଭାବରୁ କୌଣସି ରୋଗୀଙ୍କ ମୃତ୍ୟୁ ହୋଇନାହିଁ । କରୋନାର ଦ୍ୱିତୀୟ ଦ୍ୱିତୀୟ ଲହର ବେଳେ କୌଣସି ରୋଗୀ ଅକ୍ସିଜେନ ଅଭାବରୁ ପ୍ରାଣ ହରାଇ ନଥିବା ଆଜି ଗୃହକୁ ସରକାର ଅବଗତ କରିଛନ୍ତି । ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ନେଇ କୌଣସି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳରୁ ରିପୋର୍ଟ ଦେଇ ନଥିବା କେନ୍ଦ୍ର କହିଛି ।
ଆଜି ଗୃହରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପରବୀନ ପାୱାର କହିଛନ୍ତି, ପ୍ରଥମ ଲହରରେ ୩୦୯୫ ମେଟ୍ରିକ ଟନ୍ ଅକ୍ସିଜେନ ଆବଶ୍ୟକ ପଡ଼ୁଥିବା ବେଳେ ଦ୍ୱିତୀୟ ଲହରରେ ପ୍ରାୟ ୯୦୦୦ ମେଟ୍ରିକ ଟନ୍ରେ ପହଞ୍ଚି ଯାଇଥିଲା। ଏହି ଆବଶ୍ୟକତା ପୂରଣ କରିବାକୁ କେନ୍ଦ୍ର ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଅକ୍ସିଜେନ ଯୋଗଇ ଦେଇଥିଲା ବୋଲି ରାଷ୍ଟ୍ରମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି । ମୃତ୍ୟୁର ତଥ୍ୟ ରିପୋର୍ଟ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଗାଇଡଲାଇନ ଜାରି ମଧ୍ୟ କରାଯାଇଛି। ଏହି ସମୟରେ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ କୌଣସି ମୃତ୍ୟୁ ଅକ୍ସିଜେନ ଅଭାବରୁ ନିର୍ଦ୍ଦିଷ୍ଟ ଭାବେ ଘଟିଥିବାର ସୂଚନା ଦେଇ ନାହାନ୍ତି ବୋଲି ସେ କହିଛନ୍ତି।

Related posts

ପ୍ରୋଜେକ୍ଟ ଦେଶୀ ଆଦର୍ଶ କୁକୁଡ଼ା ଫାର୍ମ ଉଦଘାଟିତ

mahabharatanews

ବିନା ଭକ୍ତରେ କାମାକ୍ଷା ଦେବୀଙ୍କ ଅମ୍ବୁବାଚି ମେଳା ଆରମ୍ଭ

mahabharatanews

ମୁସଲିମ ଲିଗ ପାଇଁ ଲଢିବେ କପିଲ ସିବଲ୍

mahabharatanews

Leave a Comment