(ମହାଭାରତ/ପ୍ରିୟଦର୍ଶନୀ ସ୍ୱାଈଁ ): ଆଜିକାଲି ଅଧିକାଂଶ ଲୋକ ଦୁବାଇ ପରିଭ୍ରମଣ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଯଦି ଆପଣ ଦୁବାଇ ଯାଉଛନ୍ତି ତେବେ ନିଶ୍ଚୟ ବୁଲିଆସନ୍ତୁ ବୃହତ ସହର ଆବୁଧାବୀ । ଆରବ ଏମରେଟସର ୭ଟି ରାଜଧାନୀ ମଧ୍ୟରୁ ଆବୁଧାବୀ ଅନ୍ୟତମ । ଯାହା ଅନ୍ୟ ୬ଟି ରାଜଧାନୀ ଅପେକ୍ଷା ଧନଶାଳୀ ରୂପେ ପରିଚିତ । ଯେଉଁଠି ଆପଣ ପୃଥିବୀର ବଡ଼ ସେଖ ଯାୟଦ ଗ୍ରାଣ୍ଡ ମସ୍ଜିଦ ଦେଖିପାରିବେ । ମୁସଲିମ ସମ୍ପ୍ରଦାୟର ପ୍ରତିଟି ସଂସ୍କୃତି ପରମ୍ପରା ମସଜିଦରେ ଥିବା ଚିତ୍ରପଟ୍ଟରେ ବାରି ହୋଇଯାଏ । ସେଖ ଯାୟଦ ଗ୍ରାଣ୍ଡ ମସ୍ଜିଦ ଭିତରେ ୩ଟି ଝୁମର ଦେଖିବାକୁ ପାଇବେ । ଏହା ହୀରା ଏବଂ ମୁଲ୍ୟବାନ ଧାତବ ପଥରରେ ନିର୍ମିତ ହୋଇଛି । ଯାହା ଦେଖିଲେ ଆପଣଙ୍କୁ ରାଜାମହାରାଜାଙ୍କ ସାମ୍ରାଜ୍ୟର କଥା ମନେପଡ଼ିଯିବ । ଝୁମର ଗୁଡ଼ିକ ଏକ ସମାନ୍ତର ସରଳରେଖାରେ ଗତି କରୁଥିଲେ ମଧ୍ୟ ଆପଣଙ୍କୁ ଏହା ତଳ ଉପର ସ୍ତର ପରି ଲାଗିବ । ଝୁମର ତଳେ ଥିବା ଏକ ଗାଲିଚା(କାରପେଟ) ରହିଛି ଯାହା ସବୁଠାରୁ ଅଧିକ ଓଜନ ୩୦ ଟନ ବିଶିଷ୍ଟ । ପ୍ରତିଟି ସ୍ତମ୍ଭରେ ୨୪କ୍ୟାରେଟ ସୁନାର ବଡ଼ ବଡ଼ ôଫୁଲ ସ୍ଥାନିତ ହୋଇଛି । ସବୁଠାରୁ ଅଧିକ ଆକର୍ଷଣ ହେଉଛି ଆପଣ ମସଜିଦର ସାମ୍ନାରେ ଛିଡ଼ାହେଲେ ଚନ୍ଦ୍ରକୁ ଦେଖିପାରିବେ,ଏବଂ ସେଖ ଯାୟଦ ଗ୍ରାଣ୍ଡ ମସଜିଦର ସାମ୍ନା ପଟେ ଏକ ଜଳଦର୍ପଣ ସଦୃଶ ମନୋଲୋଭା ଚିତ୍ର ଦେଖିବାକୁ ମିଳେ । ଯେଉଁଥିରେ ମସଜିଦର ଓଲଟା ଚି୍୍ତ୍ର ରିଫେକ୍ଟ ହୁଏ । ତେବେ ମସଜିଦର ଭିତର ଦୃଶ୍ୟକୁ ଦେଖିବା ପାଇଁ କିଛି ନିୟମ ବାଧ୍ୟତା ମୁଳକ ରହିଛି ।
ନିୟମାବଳୀ:
୧.ଏଥିଲାଗି ଏକ ଫର୍ମ ପୂରଣ କରିବାକୁ ପଡ଼ିବ ।
୨. ମହିଳା ଓ ଯୁବତୀଙ୍କୁ ସେମାନେ ପ୍ରଦାନ କରିଥିବା ପୋଷାକ ପିନ୍ଧବାକୁ ପଡ଼ିବ ।
୩. ଯୁବତୀ ବା ମହିଳା ମାନେ ନିଜର ମୁଣ୍ଡକୁ ଓଢ଼ଣୀ ବାଧ୍ୟତାମୂଳକ ।
୪. ଅନୁମତି ନଥିବା ସ୍ଥାନ ଗୁଡ଼ିକରେ ଫୋଟୋ ଉଠାଇ ପାରିବେ ନାହିଁ ।
ଭିତରକୁ ଯିବେ କିପରି?
ପ୍ର୍ଥମେ ସମ୍ପୁର୍ଣ୍ଣ ତଥ୍ୟ ସହ ଏକ ଫର୍ମ ପୂରଣ କରିବେ । ଏହାପରେ ଟିକେଟ ନେବେ । ସିକ୍ୟୁରିଟି ଯାଞ୍ଚ ହେବା ପରେ, ମହିଳା/ଯୁବତୀମାନଙ୍କୁ ଏକ ସ୍ୱତନ୍ତ୍ର ପୋଷାକ ପିନ୍ଧିବାକୁ ମିଳେ । (ଯାହାକୁ ପରିଧାନ ବିନା ମହିଳାମାନେ ପ୍ରବେଶ ନିଷେର୍ଦ୍ଦ ହୋଇଥାଏ । ) । ଏହା ପରେ ଆପଣ ଆବୁଧାବୀର ସମସ୍ତ ମନୋଲୋଭା ଦୃଶ୍ୟ ଉପଭୋଗ କରିପାରିବେ ।
ଆବୁଧାବିରେ ସର୍ବସାଧାରଣଙ୍କ ନିମନ୍ତେ ପ୍ରତ୍ୟେକ ସେବା ଉପଲବ୍ଧ ହେଉଛି । ବାତାବରଣ ଶାନ୍ତ ହେତୁ ସେଠାକୁ ବିଦେଶୀ ପର୍ଯ୍ୟଟକ ଅଧିକ ଆକୃଷ୍ଟ ହେଉଛନ୍ତି । ସେମାନଙ୍କ ଚଳଣୀକୁ ବେଶ ପସନ୍ଦ କରୁଛନ୍ତି ପର୍ଯ୍ୟଟକ ।
previous post