ଓଡିଶା

ଚଳିତ ବର୍ଷ ରାଜ୍ୟରେ ହେବ ନାହିଁ ଜିରୋ ନାଇଟ ସେଲିବ୍ରେସନ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ପାଳନ ହେବ ନାହିଁ ଜିରୋ ନାଇଟ ସେଲିବ୍ରେସନ । ଜିରୋଡ଼ ନାଇଟ ସେଲିବ୍ରେସନ ହେଲେ ଲୋକ ଗହଳି ହେବ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ଜିରୋ ନାଇଟ ସେଲିବ୍ରେସନକୁ ନିଷିଦ୍ଧ ଘୋଷଣା କରିଛନ୍ତି । ତେବେ ଭୁବନେଶ୍ୱରରେ ପୂର୍ବରୁ ଏହି ସେଲିବ୍ରେସନକୁ ବିଏମସି ବ୍ୟାନ କରିଥିଲା । ଏବେ ରାଜ୍ୟ ସରକାର ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଆଦି ସହରରେ ଏହାକୁ ବନ୍ଦ କରିଛନ୍ତି ।
ଭୁବନେଶ୍ବରରେ ଏ ବର୍ଷ ‘ଜିରୋ ନାଇଟ ସେଲିବ୍ରେସନ’ ହେବନାହିଁ। ବର୍ତ୍ତମାନର ଗାଇଡଲାଇନ ଅନୁସାରେ ୨୦୨୦ ଡିସେମ୍ବର ୩୧ ରାତି ପାଳନକୁ ମନା କରାଯାଇଛି । ଘରେ ରହି ନୂଆ ବର୍ଷ ପାଳନ କରିବାକୁ ଆଜି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ଅଧିକ ସଂଖ୍ୟକ ଲୋକ ଏକାଠି ହେବା ଦ୍ବାରା କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ବିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କମିଶନର କହିଛନ୍ତି।

 

Related posts

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ କପି କଲେ ଭୋଗିବ ଜେଲ ଦଣ୍ଡ

mahabharatanews

ଜମୁଛି କଳିଙ୍ଗ ବାଲିଯାତ୍ରା

mahabharatanews

ନକଲି ମେଡିସିନକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ପ୍ରତିକ୍ରିୟା

mahabharatanews