ଅପରାଧ

ଜଙ୍କିଆରୁ ବିପୁଳ ପରିମାଣର ଧଳା ଜହର ଜବତ, ୧ ଗିରଫ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରୁ ବିପୁଳ ପରିମାଣର ଧଳା ଜହର ଜବତ । ଜଙ୍କିଆରେ ଧଳା ଜହର ଡିଲ ବେଳେ କ୍ରାଇମ ବ୍ରାଞ୍ଚର ଏସଟିଏଫ ୩୨୦ ଗ୍ରାମ ଧଳା ଜହର ଜବତ କରିବା ସହ ଡିଲରକୁ ଗିରଫ କରିଛି । ଏହି ଜହର ବାଲେଶ୍ୱରର ଜଳେଶ୍ୱରୁ ଖେ।।ର୍ଦ୍ଧା ଆସିଥିଲା । ଏହାପରେ ଡିଲର ଜଙ୍କିଆ ନିକଟରେ ଡିଲ କରୁଥିଲା । ଜବତ ଧଳା ଜହରର ମୂଲ୍ୟ ୨୫ ଲକ୍ଷ ଟଙ୍କା ବୋଲି ଏସଟିଏଫ ଅନୁମାନ କରୁଛି । ଏନେଇ ଏସଟିଏଫ ପକ୍ଷରୁ ଜଙ୍କିଆ ଥାନାରେ ଏକ ମାମଲା ରୁଜୁ କରିଛି । ଏବେ ଏସଟିଏଫ ଏହି ଧଳା ଜହର ପଛର ମାଷ୍ଟରମାଇଣ୍ଡକୁ ଖୋଜୁଛି ।
ଚଳିତ ବର୍ଷ ରାଜ୍ୟରେ ଏସଟିଏଫ ଏଯାଏଁ ୨୩ କେଜି ୫୯୩ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ୨୬ଟି କେସ ରୁଜୁ କରିବା ସହ ୫୦ ଜଣଙ୍କୁ ଗିରଫ କରିଛି ।

Related posts

ଜୁଆ ଆଡ୍ଡା ଉପରେ ହିଂଜିଳି ଥାନାର ଚଢାଉ

mahabharatanews

ରାସ୍ତାରୁ ଉଠେଇ ନେଇ ମହିଳାଙ୍କୁ ଦୁଷ୍କର୍ମ ,ଅଭିଯୁକ୍ତ ଗିରଫ

mahabharatanews

ଫ୍ରିଜରୁ ମହିଳାଙ୍କ ନଗ୍ନ ମୃତଦେହ ଉଦ୍ଧାର

mahabharatanews