Uncategorized

ଉତ୍ତର କୋରିଆ ପ୍ରସ୍ତୁତ କରୁଛି ବିଶାଳ ପରମାଣୁ ଗୋଦାମ

ପ୍ୟୋଙ୍ଗୟାଙ୍ଗ: ବିଶ୍ୱ ମହାମାରୀ କରୋନା ଆତଙ୍କ ମଧ୍ୟରେ ଯେତେବେଳେ ସବୁ ଦେଶ ଏହି ମହାମାରୀ ସହ ଲଢେଇ କରିବା ସହ ଅଧିକାଂଶା ବିକାଶଶୀଳ ରାଷ୍ଟ୍ର ମହାମାରୀର ଔଷଧ ଓ ଟୀକା ପ୍ରସ୍ତୁତିରେ ବ୍ୟସ୍ତ, ସେତେବେଳେ ଉତ୍ତର କୋରିଅ।। ପରମାଣୁ ଶକ୍ତିରେ ସମ୍ପନ୍ନ ହେବାରେ ଲାଗିପଡିଛି । ଉତ୍ତର କୋରିଆ ଏକ ବିଶାଳ ଗୋଦାମ ନିର୍ମାଣ କରୁଛି ପରମାଣୁ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବା ଓ ପରୀକ୍ଷା କରିବା ପାଇଁ ଉପଗ୍ରହରୁ ନିଆଯାଇଥିବା ଫଟୋଚିତ୍ରରୁ ଏହା ଜଣାପଡ଼ିଛି। ୨୦୨୧ ପ୍ରାରମ୍ଭରେ ଗୋଦାମ ନିର୍ମାଣ ଶେଷ ହୋଇଯିବ।
ଆମେରିକାର ସେଣ୍ଟର ଫର ଷ୍ଟ୍ରାଟେଜିକ ଆଣ୍ଡ ଇଣ୍ଟରନ୍ୟାଶନାଲ ଷ୍ଟଡିଜର ସାଟେଲାଇଟ୍‌ ପକ୍ଷରୁ ଏହି ଫଟୋଚିତ୍ର ଉତ୍ତୋଳନ କରାଯାଇଛି । ସେଣ୍ଟର ପକ୍ଷରୁ କୁହାଯାଇଛି ଯେ, ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗଠାରୁ ୧୭ ମାଇଲ ଦୂର ଉତ୍ତର ପଶ୍ଚିମରେ ଏହି ଗୋଦାମ ନିର୍ମାଣ ଚାଲିଛି। ଖୁବଶୀଘ୍ର ଏହାର ନିର୍ମାଣ ସମ୍ପୂର୍ଣ୍ଣ ହୋଇଯିବ ବୋଲି ଫଟୋରୁ ସ୍ପଷ୍ଟ ହେଉଛି। ୨୦୧୬ରେ ଯେତେବେଳେ ଉତ୍ତର କୋରିଆ ଆମେରିକା ଉପରେ ଆକ୍ରମଣ କରିବା ଲାଗି କ୍ଷେପଣାସ୍ତ୍ର ନିର୍ମାଣରେ ଲାଗିଥିଲା ସେହି ସମୟରୁ ଏହି ଗୋଦାମ ନିର୍ମାଣ ଆରମ୍ଭ ହୋଇଛି। ପୂର୍ବରୁ ଏଠାରେ ସିଲ୍‌-ଲି ଗାଁ ରହିଥିଲା। ସେଣ୍ଟର ପକ୍ଷରୁ ଆହୁରି କୁହାଯାଇଛି ଯେ, କ୍ଷେପଣାସ୍ତ୍ର ଗଚ୍ଛିତ ରଖିବାରେ ଏହି ଗୋଦାମକୁ ବ୍ୟବହାର କରାଯିବ ବୋଲି ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇଛି। ଏହା ଏତେ ବଡ଼ ଯେ ଏଠାରେ ହ୍ବାସୋଙ୍ଗ-୧୫ ଅନ୍ତର୍ଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ବି ରଖାଯାଇ ପାରିବ।

Related posts

ମାସ୍କ୍‍ ପରିଧାନ କରିବା ଓ ଶାରୀରିକ ଦୂରତା ସଂକ୍ରମଣରୁ ସୁରକ୍ଷିତ ରଖିବ: ଡବ୍ଲୁଏଚଓ

mahabharatanews

ପରଲୋକରେ ବିଶିଷ୍ଟ କୋରିଓଗ୍ରାଫର ସରୋଜ ଖାନ

mahabharatanews

ଜବରଦଖଲରେ ସରକାରୀ ଆବାସ, ୧୫ ଦିନରେ ଖାଲି କରିବାକୁ ଦିଲ୍ଲୀ ହାଇକେ।ର୍ଟଙ୍କ ନିର୍ଦ୍ଦେଶ

mahabharatanews