Uncategorized

ତାମିଲନାଡୁ: ୧୫ରୁ ଜାଲିକାଟୁ ପ୍ରତିଯୋଗିତା, ଭାଗ ନେବେ ୨ ହଜାର ଷଣ୍ଢ

(ମଦୁରାଇ): ତାମିଲନାଡୁ ସରକାର ପ୍ରସିଦ୍ଧ ଜାଲିକାଟୁ ପ୍ରତିଯୋଗିତା ପାଇଁ ତାରିଖ ଘୋଷଣା କରିଛନ୍ତି । ଏହି ପ୍ରତିଯୋଗିତା ଜାନୁଆରୀ ୧୫ରୁ ଆରମ୍ଭ ହେବ । ଦୀର୍ଘ ୧୬ ଦିନ ଧରି ଏହି ପ୍ରତିଯୋଗିତା ଚାଲିବା ପରେ ଜାନୁଆରୀ ୩୧ରେ ଶେଷ ହେବ । ମଦୁରାଇ ଜିଲ୍ଲାର ପଲାମେଣ୍ଡୁ ଓ ଆଇନଗନାଲୁର ଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ତେବେ ଯେଉଁମାନଙ୍କ ବୟସ ୨୧ ବର୍ଷ ହୋଇ ନାହିଁ ସେମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ମଦୁରାଇ ଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ପ୍ରତିଯୋଗିତାରେ ଓହ୍ଲାଇବାକୁ ଥିବା ଷଣ୍ଢମାନଙ୍କର ମାଲିକମାନେ ମଧ୍ୟ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଷଣ୍ଢମାନଙ୍କୁ ତାଲିିମ ଦିଆଯାଉଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜାଲିକାଟୁ ଉତ୍ସବରେ ଚଳିତବର୍ଷ ପ୍ରାୟ ୨ ହଜାର ଷଣ୍ଢ ପ୍ରତିଯୋଗିତାକୁ ଓହ୍ଲାଇବେ । ସୂଚନାଯୋଗ୍ୟ, ଦକ୍ଷିଣ ଭାରତୀୟ ରାଜ୍ୟ ଭାବେ ତାମିଲନାଡୁ ଏହି ପର୍ବ ପାଇଁ ପ୍ରସିଦ୍ଧି ଲାଭ କରିଛି ।

Related posts

ଏଲଏସିରେ ଭାରତ-ଚୀନ ସେନା ମଧ୍ୟରେ ପୁଣି ସଂଘର୍ଷ

mahabharatanews

ସିଏଏ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ କଟନ ୟୁନିଭରସିଟିର ବିକ୍ଷୋଭ

mahabharatanews

ମଙ୍ଗଳବାର ଭୋରୁ ଋଷ ଓ ଆର୍ଜେଣ୍ଟିନାରେ ଭୂକମ୍ପ ଅନୁଭୂତ

mahabharatanews