ରାଜନୀତି

ଏପରି ଅପମାନ ପରେ ଦଳରେ ରହିପାରିବି ନାହିଁ: ଅମରିନ୍ଦର

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର କନ୍ଦଳ ଉଗ୍ର ହେବାରେ ଲାଗିଛି । ଆଜି ସମସ୍ତ ଦଳୀୟ ବିଧାୟକଙ୍କ ବୈଠକ ଡକାଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କାଳେ ଦଳ ଛାଡ଼ିବାକୁ ଯାଉଛନ୍ତି । ଦଳ ଛାଡିବା ନେଇ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଚେତାବନୀ ଦେଇଥିବା ସୂଚନା ରହିଛି । ସିଂହ ସୋନିଆଙ୍କୁ ରୋକଠୋକ କହିଦେଇଛନ୍ତି, ଅପମାନ ବହୁତ ହୋଇଗଲା । ଆଉ ଏପରି ଅପମାନ ପାଇବା ପରେ ମୁଁ ଦଳରେ ରହିପାରିବି ନାହିଁ ।
ଦୀର୍ଘ ଦିନରୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ବର୍ତ୍ତମାନର ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ କ୍ଷମତାକୁ ନେଇ କନ୍ଦଳ ଚାଲିଛି। ପୂର୍ବରୁ ସିଦ୍ଧୁ ଦଳ ଛାଡିବାକୁ ନେଇ କହିବା ପରେ ତାଙ୍କୁ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ କରାଗଲା । ଏହା ପରେ ସବୁ ଠିକ ହୋଇଯିବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ କନ୍ଦଳ ଆହୁରି ଉଗ୍ର ହୋଇଛି । ବିଧାୟକଙ୍କ ଏକ ଗୋଷ୍ଠୀ ଅମରିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଅଡିବସିଛନ୍ତି ।
ଆଜି ବିଧାୟକମାନଙ୍କ ବୈଠକରେ ଦଳର ଆଗାମୀ ନେତା ଚୟନ ଉପରେ ଆଲୋଚନା କରାଯାଇପାରେ ବୋଲି କୁହାଯାଉଛି। ଆସନ୍ତା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ନେତୃତ୍ୱ ପରିବର୍ତ୍ତନ କରିବା ଉପରେ ଏଥିରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ଅମରିନ୍ଦରଙ୍କ ସ୍ଥାନରେ ଦଳ ସୁନୀଲ ଜାଖଡ ବା ପ୍ରତାପ ସିଂହ ବାଜୱାଙ୍କ ନାତି ସାଂସଦ ରବନୀତ ସିଂହ ବିଟ୍ଟୁଙ୍କୁ ନେତା ଚୟନ କରିବା ନେଇ ଚର୍ଚ୍ଚା ହେଉଛି ।

 

Related posts

ବଦଳିଲେ ଜିଲ୍ଲାପାଳ

mahabharatanews

ବିଜେଡିର ମହିଳା ସମାବେଶ

mahabharatanews

ଧାମନଗର ଉପର୍ନିବାଚନ: ଆସିଲା ଦ୍ୱାଦଶ ରାଉଣ୍ଡ ଫଳାଫଳ

mahabharatanews