ଓଡିଶା

୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ 

(ଭୁବନେଶ୍ୱର) : ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ମୋଟ୍ ୬ ଲୋକସଭା ଆସନରେ ନିର୍ବାଚନ ହେବ । ଜୁନ୍ ୧ରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବ । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ।

ସୂଚନାନୁଯାୟୀ , ମୟୂରଭଞ୍ଜ. ବାଲେଶ୍ୱର, ଭଦ୍ରତ, ଯାଜପୁରରେ, କେନ୍ଦ୍ରପଡା ଏବଂ ଜଗତସିଂହପୁର ପାଇଁ ମତଦାନ ବିଜ୍ଞପ୍ତି ପ୍ରକାଶ ପାଇଲା । ଆଜିଠୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇପାରିବ । ୧୫ ତାରିଖରେ ନାମାଙ୍କନ ଯାଞ୍ଚ ହେବ ଏବଂ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ । ସେହିପରି ମୋଟ୍ ୪୨ଟି ବିଧାନସଭା ନିର୍ବାଚନ ମଣ୍ତଳୀରେ ଜୁନ୍ ୧ ତାରିଖରେ ମତଦାନ ହେବ ।

Related posts

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫର୍ମ ପାଇଁ ବିଡିଓଙ୍କୁ ଘେରିଲେ ପଞ୍ଚାୟତବାସୀ

mahabharatanews

ଶୀତଦିନରେ ଘାରିଲାଣି ବର୍ଷାର ଭୟ , ଛାନିଆ ହେଲେଣି ଚାଷୀ

mahabharatanews

ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews