ଭାରତ

କେଜ୍ରିୱାଲଙ୍କ ବିରୋଧରେ ଏନ୍‌ଆଇଏ ତଦନ୍ତ ଦାବି କଲେ ଉପରାଜ୍ୟପାଳ 

(ଦିଲ୍ଲୀ) : ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇ ତିହାର ଜେଲ୍‌ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିଛି। ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଂଗଠନ ‘ସିଖ୍‌ସ ଫର୍‌ ଜଷ୍ଟିସ୍‌’ ଠାରୁ ରାଜନୈତିକ ପାଣ୍ଠି ଗ୍ରହଣ କରିବା ଭଳି ସଂଗୀନ ଅଭିଯୋଗ କେଜ୍ରିୱାଲଙ୍କ ସମେତ ତାଙ୍କ ଦଳ ଆପ୍‌ ବିରୋଧରେ ଆସିଛି। ଉପରାଜ୍ୟପାଳଙ୍କ ପ୍ରମୁଖ ସଚିବ ଗୃହ ମନ୍ତ୍ରାଳୟକୁ ଏହି ମର୍ମରେ ଏକ ଚିଠି ଲେଖିଛନ୍ତି।

ସୂଚନାନୁଯାୟୀ , ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଏହି ଅଭିଯୋଗ ମିଳିବା ପରେ ସେ ଏହାର ଏନ୍‌ଆଇଏ ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିସ କରିଛନ୍ତି। କେଜ୍ରିୱାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି ଉକ୍ତ ସଂଗଠନ ଠାରୁ ୧୬ ନିୟୁତ ଡଲାର ବା ପ୍ରାୟ ୧୩୩ କୋଟି ଟଙ୍କା ଗ୍ରହଣ କରିଥିବା ଅଭିଯୋଗ ଆସିଛି।

Related posts

ବିଲେଇ ପାଇଁ କିଛି ସମୟ ବନ୍ଦ ହେଲେ ଆଇପିଏଲ !

mahabharatanews

ଭାରତରେ ପାଦଦେଲା ଓମିକ୍ରନ!

mahabharatanews

ଭାରତରେ ସର୍ବନିମ୍ନ କରୋନା ସଂକ୍ରମଣ ରେକର୍ଡ

mahabharatanews