ଓଡିଶା

କୋଭିଡ-୧୯ ଲଢେଇରେ ଏନଟିପିସି, କଣିହାଁର ସକରାତ୍ମକ ପଦକ୍ଷେପ

କଣିହାଁ/ ଜ୍ୟୋତିରଂଜନ ଧର: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଏନଟିପିସି ବୃହତ ତାପଜ ବିଦ୍ୟୁତ୍ ପ୍ରକଳ୍ପ ମ୍ୟାନେଜ୍ମେଣ୍ଟପକ୍ଷରୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଉଥିବା କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ପରିବେଶ ସୂରକ୍ଷା, ଅସହାୟ, ଗରିବ ଲୋକଙ୍କୁ ସୁଖିଲା ଖାଦ୍ୟ ଓ ସାମଗ୍ରୀ, ମାକ୍ସ ବିତରଣ, ସଂଗରୋଧ କୁ ବାରଣ କରିବା ସହିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆଦି ସକ୍ରିୟ ପଦେକ୍ଷପ ହାତକୁ ନେଇ କାର୍ଯ୍ୟକାରୀ କୁ ବ୍ୟାପକ କରିଛି । ଏନଟିପିସି ଦିପଶିଖା ସ୍ଥାୟୀ ଓ ଅସ୍ଥାୟୀ କଲୋନୀ ଓ ପ୍ରକଳ୍ପ ପାରିପାର୍ଶିକ ଗ୍ରାମାଚଂଳ ଗୁଡିକରେ ପ୍ରତିଦିନ ବିଭିନ୍ନ ସକରାତ୍ମକ ପଦକ୍ଷେପ ଯାରୀ ରଖି ସରକାରଙ୍କ କୋଭିଡ-୧୯ ଲଢେଇରେ ନିଜକୁ ସାମିଲ ହୋଇ ସକରାତ୍ମକ ପଦକ୍ଷେପ ଗ୍ରହଣ କରିଛି । ବିଶେଷ କରି ପ୍ରକଳ୍ପ ପାରିପାର୍ଶିକ ଗ୍ରାମାଚଂଳରେ ଅସହାୟ, ଗରିବ ଲୋକଙ୍କୁ ଦୈନ ଦିନ ଜୀବନ ଶୈଳିରେ ଆବଶ୍ୟକତା ରାସନ ସାମଗ୍ରୀ ସହିତ ଶୁଖିଲା ଖାଦ୍ୟ ବିତରଣ କରିଛି । ଏନଟିପିସି ସ୍ଥାୟୀ ଓ ଅସ୍ଥାୟୀ କଲୋନୀ, ଏନଟିପିସି ମାର୍କେଟ ରାସ୍ତା କୁ ସଫା ସୁତରା, ସଂଗରୋଧକୁ ବିରୋଧ କରି ଅମାନିଆ ବ୍ୟବସାୟୀ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି । ପ୍ରକଳ୍ପରେ ନିୟୋଜିତ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ, ମେଣ୍ଟନାନ୍ସ ଠିକା କର୍ମଚାରୀ ମାନଙ୍କୁ ମାକ୍ସ ବିତରଣ କରିଛି । ଅନୁରୂପ ଭାବରେ ଗତ ଶୁକ୍ରବାର ସ୍ଥାନୀୟ ଗଦାଶିଳା ପଂଚାୟତ ଲୋକ ଓ ବ୍ୟବସାୟୀଙ୍କୁ ମାଗଣାରେ ୭ଶହରୁ ଉଦ୍ଧ୍ୱର୍ ମାକ୍ସ ପ୍ରକଳ୍ପ ପକ୍ଷରୁ ବିତରଣ କରାଯାଇଛି । ଅନ୍ୟ ଗ୍ରାମର ଲୋକଙ୍କୁ ମଧ୍ୟ କପଡା ମାକ୍ସ ପର୍ଯ୍ୟାୟକ୍ରମେ ମାକ୍ସ ବିତରଣ କରାଯିବ ବୋଲି ଏନଟିପିସି ଲୋକସମ୍ପର୍କ ଅଧିକାରୀ ଅମିତ ବେହେରା ପ୍ରକାଶ କରିଛନ୍ତି । ପୂର୍ବରୁ ପାରିପାର୍ଶିକ ଗ୍ରାମର ମହିଳାଙ୍କୁ ସ୍ୱାଭଲମ୍ବି କରିବା ପାଇଁ ସିଲେଇ ଟ୍ରେନିଂ ସଂପାଦନ କରିଥିବା ମହିଳା ମାନେ ୫ଦିନ ହେଲାଣି ଏହି କପଡା ମାକ୍ସ ତିଆରି କାର୍ଯ୍ୟରେ ଲାଗିଛନ୍ତି । ଏଥିପାଇଁ ପ୍ରକଳ୍ପ ପକ୍ଷରୁ ପୃଥକ ପୃଥକ ଦଳ ନିୟୋଜିତ କରାଯାଇ କପଡା ମାକ୍ସ ବଂଟନ କାର୍ଯ୍ୟରେ ନିଯୁକ୍ତି ହୋଇଥିବା ପ୍ରକାଶ । ଲୋକଙ୍କୁ ଘରୁ ନବାହାରିବା, ସର୍ବଦା ହାତ, ମୁହଁକୁ ସଫାସୁତରା ରଖିବା, ଅଜଣା ଅଚିହାଁ ଲୋକଙ୍କୁ ଦେଖିଲେ ସ୍ଥାନୀୟ ପୋଲିସକୁ ତୁରନ୍ତ ସୂଚନା ଦେବା, କୋଭିଡି-୧୯ ଭୂତାଣୁ ବିସ୍ତାର ସମ୍ପର୍କରେ ଦଳର ସଦସ୍ୟ ମାନେ ସଚେତନତା ବାର୍ତ୍ତା ବାଂଟୁଛନ୍ତି । ସାରା ଦେଶରେ ବ୍ୟାପିଥିବା ଏହି ଭୂତାଣୁକୁ ପ୍ରତିରୋଧ ପାଇଁ ରାଜ୍ୟର ସ୍ୱତନ ନବୀକରଣ ଯୋଗ୍ୟ ଶକ୍ତି ଓ ଦକ୍ଷତା ବିକାଶ ମନ୍ତ୍ରୀ ଆର୍.କେ.ସିଂହଙ୍କ ପରାମର୍ଶ ଅନୁଯାୟୀ ରେ ସାମ୍ପ୍ରତିକ ପରିସ୍ଥିତିରେ ପାନ-ଇଣ୍ଡିଆ ପ୍ରତି ବିଭିନ୍ନ ପଦେକ୍ଷପ ନିଆଯାଉଥିବା ଲୋକସମ୍ପର୍କ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । କୋଭିଡ-୧୯ ଲଢେଇରେ ଏନଟିପିସି, କଣିହାଁର ସକରାତ୍ମକ ପଦକ୍ଷେପ
କଣିହାଁ/ ଜ୍ୟୋତିରଂଜନ ଧର :ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଏନଟିପିସି ବୃହତ ତାପଜ ବିଦ୍ୟୁତ୍ ପ୍ରକଳ୍ପ ମ୍ୟାନେଜ୍ମେଣ୍ଟପକ୍ଷରୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଉଥିବା କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ପରିବେଶ ସୂରକ୍ଷା, ଅସହାୟ, ଗରିବ ଲୋକଙ୍କୁ ସୁଖିଲା ଖାଦ୍ୟ ଓ ସାମଗ୍ରୀ, ମାକ୍ସ ବିତରଣ, ସଂଗରୋଧ କୁ ବାରଣ କରିବା ସହିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆଦି ସକ୍ରିୟ ପଦେକ୍ଷପ ହାତକୁ ନେଇ କାର୍ଯ୍ୟକାରୀ କୁ ବ୍ୟାପକ କରିଛି । ଏନଟିପିସି ଦିପଶିଖା ସ୍ଥାୟୀ ଓ ଅସ୍ଥାୟୀ କଲୋନୀ ଓ ପ୍ରକଳ୍ପ ପାରିପାର୍ଶିକ ଗ୍ରାମାଚଂଳ ଗୁଡିକରେ ପ୍ରତିଦିନ ବିଭିନ୍ନ ସକରାତ୍ମକ ପଦକ୍ଷେପ ଯାରୀ ରଖି ସରକାରଙ୍କ କୋଭିଡ-୧୯ ଲଢେଇରେ ନିଜକୁ ସାମିଲ ହୋଇ ସକରାତ୍ମକ ପଦକ୍ଷେପ ଗ୍ରହଣ କରିଛି । ବିଶେଷ କରି ପ୍ରକଳ୍ପ ପାରିପାର୍ଶିକ ଗ୍ରାମାଚଂଳରେ ଅସହାୟ, ଗରିବ ଲୋକଙ୍କୁ ଦୈନ ଦିନ ଜୀବନ ଶୈଳିରେ ଆବଶ୍ୟକତା ରାସନ ସାମଗ୍ରୀ ସହିତ ଶୁଖିଲା ଖାଦ୍ୟ ବିତରଣ କରିଛି । ଏନଟିପିସି ସ୍ଥାୟୀ ଓ ଅସ୍ଥାୟୀ କଲୋନୀ, ଏନଟିପିସି ମାର୍କେଟ ରାସ୍ତା କୁ ସଫା ସୁତରା, ସଂଗରୋଧକୁ ବିରୋଧ କରି ଅମାନିଆ ବ୍ୟବସାୟୀ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି । ପ୍ରକଳ୍ପରେ ନିୟୋଜିତ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ, ମେଣ୍ଟନାନ୍ସ ଠିକା କର୍ମଚାରୀ ମାନଙ୍କୁ ମାକ୍ସ ବିତରଣ କରିଛି । ଅନୁରୂପ ଭାବରେ ଗତ ଶୁକ୍ରବାର ସ୍ଥାନୀୟ ଗଦାଶିଳା ପଂଚାୟତ ଲୋକ ଓ ବ୍ୟବସାୟୀଙ୍କୁ ମାଗଣାରେ ୭ଶହରୁ ଉଦ୍ଧ୍ୱର୍ ମାକ୍ସ ପ୍ରକଳ୍ପ ପକ୍ଷରୁ ବିତରଣ କରାଯାଇଛି । ଅନ୍ୟ ଗ୍ରାମର ଲୋକଙ୍କୁ ମଧ୍ୟ କପଡା ମାକ୍ସ ପର୍ଯ୍ୟାୟକ୍ରମେ ମାକ୍ସ ବିତରଣ କରାଯିବ ବୋଲି ଏନଟିପିସି ଲୋକସମ୍ପର୍କ ଅଧିକାରୀ ଅମିତ ବେହେରା ପ୍ରକାଶ କରିଛନ୍ତି । ପୂର୍ବରୁ ପାରିପାର୍ଶିକ ଗ୍ରାମର ମହିଳାଙ୍କୁ ସ୍ୱାଭଲମ୍ବି କରିବା ପାଇଁ ସିଲେଇ ଟ୍ରେନିଂ ସଂପାଦନ କରିଥିବା ମହିଳା ମାନେ ୫ଦିନ ହେଲାଣି ଏହି କପଡା ମାକ୍ସ ତିଆରି କାର୍ଯ୍ୟରେ ଲାଗିଛନ୍ତି । ଏଥିପାଇଁ ପ୍ରକଳ୍ପ ପକ୍ଷରୁ ପୃଥକ ପୃଥକ ଦଳ ନିୟୋଜିତ କରାଯାଇ କପଡା ମାକ୍ସ ବଂଟନ କାର୍ଯ୍ୟରେ ନିଯୁକ୍ତି ହୋଇଥିବା ପ୍ରକାଶ । ଲୋକଙ୍କୁ ଘରୁ ନବାହାରିବା, ସର୍ବଦା ହାତ, ମୁହଁକୁ ସଫାସୁତରା ରଖିବା, ଅଜଣା ଅଚିହାଁ ଲୋକଙ୍କୁ ଦେଖିଲେ ସ୍ଥାନୀୟ ପୋଲିସକୁ ତୁରନ୍ତ ସୂଚନା ଦେବା, କୋଭିଡି-୧୯ ଭୂତାଣୁ ବିସ୍ତାର ସମ୍ପର୍କରେ ଦଳର ସଦସ୍ୟ ମାନେ ସଚେତନତା ବାର୍ତ୍ତା ବାଂଟୁଛନ୍ତି । ସାରା ଦେଶରେ ବ୍ୟାପିଥିବା ଏହି ଭୂତାଣୁକୁ ପ୍ରତିରୋଧ ପାଇଁ ରାଜ୍ୟର ସ୍ୱତନ ନବୀକରଣ ଯୋଗ୍ୟ ଶକ୍ତି ଓ ଦକ୍ଷତା ବିକାଶ ମନ୍ତ୍ରୀ ଆର୍.କେ.ସିଂହଙ୍କ ପରାମର୍ଶ ଅନୁଯାୟୀ ରେ ସାମ୍ପ୍ରତିକ ପରିସ୍ଥିତିରେ ପାନ-ଇଣ୍ଡିଆ ପ୍ରତି ବିଭିନ୍ନ ପଦେକ୍ଷପ ନିଆଯାଉଥିବା ଲୋକସମ୍ପର୍କ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Related posts

ଗରିବଙ୍କ ଉପରେ ଫାଇନାନ୍ସ କମ୍ପାନୀର ଜୁଲମ

mahabharatanews

 ବିଳମ୍ବିତ ରାତିରେ ଜନ୍ମ ନେଲେ ପ୍ରଭୁ,  ଶ୍ରୀମନ୍ଦିରରରେ ଆଜି ନନ୍ଦୋତ୍ସବ

mahabharatanews

ଦୁର୍ଘଟଣାରେ ଜଳିଗଲା ଟ୍ରଲର, ଚାଲିଗଲା ୨ଜୀବନ

mahabharatanews