ଓଡିଶା

ପିଠାପଣା ସାଙ୍ଗକୁ ନୂଆଖାଇ ଭେଟଘାଟର ମଜା   

(ସମ୍ବଲପୁର) :  ନୂଆଖାଇ ବାସି ପାଳୁଛି ପଶ୍ଚିମ ଓଡିଶା । କାହିଁ କେତେ ଦୂରରେ ଥିବା ପରିବାର ଲୋକେ ଓ କୁଣିଆ ସମସ୍ତେ ଏକାଠି ହୋଇଛନ୍ତି । ଘରେ ଘରେ ନବାନ୍ନ ସହିତ ପିଠାପଣାରେ ଚତୁର୍ଦ୍ଦିଗ ମହକି ଉଠିଛି । ଅଧିକାଂଶ ଗ୍ରାମରେ ନୂଆଖାଇ ଭେଟଘାଟ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଗ୍ରାମବାସୀ ଏକତ୍ରିତ ହୋଇ ନୂଆଖାଇ ଭେଟଘାଟ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତିି ।

ସୂଚନାନୁଯାୟୀ,  ଗତକାଲି ସମସ୍ତେ ମିଶି ନବାନ୍ନ ଭକ୍ଷଣ କରିଛନ୍ତି । ନୂଆଖାଇ ପାଇଁ ଜିଲ୍ଲାର ହାଟ ବଜାରରେ ନୂଆଧାନ, କୁରେଇ ପତ୍ର , ନୂଆ ମାଟି ପାତ୍ର, କପଡା ବିକ୍ରି ହେଉଥିବା ଦୋକାନ ଗୁଡିକରେ ପ୍ରବଳ ଭିଡ଼ ଦେଖାଯାଇଥିଲା । ପରିବାର ଠାରୁ ଦୂରରେ ରହିଥିବା ଲୋକେ ଘର ବାହୁଡିବା ସହିତ ମିଳିମିଶି ନବାନ୍ନ ଭକ୍ଷଣ କରିଛନ୍ତି ।

Related posts

ଅଙ୍ଗନୱାଡି କେନ୍ଦ୍ରରେ ପିଲାଙ୍କୁ ରନ୍ଧା ଖାଦ୍ୟ ନ ମିଳିବା ନେଇ ତାତିଲେ ଲୋକେ

mahabharatanews

ବାଟପାଳସା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଟିତ

mahabharatanews

ସ୍ପେଶାଲ ସ୍କ୍ୱାର୍ଡ ଜାଲରେ ଆନ୍ତରାଜ୍ୟ ଗାଡି ଲୁଟେରା ଗ୍ୟାଙ୍ଗ

mahabharatanews