ଓଡିଶା

୨୦ରେ ମା’ ସମଲେଶ୍ବରୀଙ୍କ ନବାନ୍ନ ଲାଗି 

(ସମ୍ବଲପୁର) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ପାଇଁ ଗୁରୁବାର ଦିନ ଲଗ୍ନ ନିର୍ଦ୍ଧାରିତ ହୋଇଛି। ସମ୍ବଲପୁର ସହରର ବ୍ରହ୍ମପୁର ମନ୍ଦିର ଟ୍ରଷ୍ଟ ଏହି ଘୋଷଣା କରିଛି । ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ ଅନୁସାରେ ଆସନ୍ତା ୨୦ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଂଚମୀ ତିଥିରେ ବିଛା ଲଗ୍ନରେ ସକାଳରୁ ୧୦ଟା ୨୭ ଲଗ୍ନରେ ସକାଳ ୧୦ଟା୪୨ ଟ ମଧ୍ୟରେ ଶୁଭ ଲଗ୍ନ ଭିତରେ ଲଗ୍ନ ନିର୍ଦ୍ଧାରଣ ହୋଇଛି। ଏହି ସମୟ ଭିତରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ଠାରେ ନବାନ୍ନ ଲାଗି କରାଯିବ। ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ।

 

ସୂଚନାନୁଯାୟୀ,  ପ୍ରଥମେ ବିଦ୍ବାନ, ପଣ୍ଡିତ ପହଂଚିଲା ପରେ ବିଷ୍ଣୁ ସହସ୍ର ନାମ ପାଠ କରିଥିଲେ। ଏହା ପରେ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ ହୋଇଥିଲା। ପଣ୍ଡିତ ମଣ୍ଡଳୀ ପାଂଜି ଦେଖିବା ପରେ ଲଗ୍ନ ନିର୍ଦ୍ଧାରଣ ହୋଇଥିଲା। ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ସଦସ୍ୟ ଓ ମନ୍ଦିର ପୂଜକ ଯାଇ ମାଁ ସମଲେଶ୍ବରୀଙ୍କଠାରେ ଲଗ୍ନପତ୍ର ପ୍ରଦାନ କରିବେ।

Related posts

ଶପଥ ପରେ ପ୍ରଥମେ ବିଜୁଳି ବିଲ ଛାଡ଼ କରିବେ ନବୀନ

mahabharatanews

ପୁଣି ଫେରିଲେ ହାତୀପଲ : ଦଳି ଦେଲେ ଧାନ ଫସଲ

mahabharatanews

ବିଦ୍ୟୁତ୍ ସ୍ପର୍ଶରେ ଯୁବକ ମୃତ

mahabharatanews