ଓଡିଶା

ବିଜେପିରେ ମିଶିଲେ ସିନେ ତାରକା ଅନୁଭବ ମହାନ୍ତି

(ଭୁବନେଶ୍ୱର) : କେନ୍ଦ୍ରାପଡ଼ା ସାଂସଦ ତଥା ଲୋକପ୍ରିୟ ସିନେ ତାରକା ଅନୁଭବ ମହାନ୍ତି ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଅନୁଭବ। ଦଳର ବରିଷ୍ଠ ନେତା ବିନୋଦ ତାୱଡ଼େ ଅନୁଭବ ମହାନ୍ତିଙ୍କୁ ଦଳରେ ସ୍ବାଗତ କରିଛନ୍ତି।

ସୂଚନାନୁଯାୟୀ , ଦୁଇ ଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଥିଲେ। ଏହା ପରଠାରୁ  ବିଜପିର ମିଶିବେ ବୋଲି ଚର୍ଚା ଜୋର ଧରିଥିଲା  । ତେବେ ସେ ଆଜି ଅନୁଭବ ବିଜେପିରେ ମିଶିଛନ୍ତି।  କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ନିଜର ଇସ୍ତଫାପତ୍ର ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିଲେ। କେବେଳ ସିଏ ନୁହେ ପୂର୍ବରୁ ବହୁତ ଅଭିନେତା ଅର୍ଥାତ ସିନ୍ଧତ୍ୱ ମହାପାତ୍ର , ଆକାଶ ଦାସ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି  ।

Related posts

ବଡ଼ ସଫଳତା; ବିପୁଳ ପରିମାଣର ବିସ୍ଫୋରକ ସହ ବନ୍ଧୁକ ଜବତ

mahabharatanews

ବିଶିଷ୍ଟ ଶିକ୍ଷାବିତ ତଥା ଜିଶି କଲେଜ୍ ର ପ୍ରାକ୍ତନ ଅଧକ୍ଷ ଙ୍କ ପରଲୋକ

mahabharatanews

ରାୟଗଡା ଜିଲ୍ଲାର ପ୍ରଥମ ମିଶନ ଶକ୍ତି କାଫେ ଉଦଘାଟନ

mahabharatanews