ଓଡିଶା

ବିଜେଡିରେ ମିଶିଲେ ବିଜେପି ସାଂସଦଙ୍କ ପତ୍ନୀ

(ଭୁବନେଶ୍ୱର) : ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡା ଛୁଟୁଛି । ସବୁଦିନ କିଛି ନୂଆ ପରିବର୍ତ୍ତନ ଦେଖିବାକୁ ମିଳୁଛି । ମୁହୂର୍ତ୍ତରେ ବଦଳୁଛି ସମୀକରଣ । ଆଉ ଏହାରି ଭିତରେ ଆଜି ସମ୍ବଲପୁରର ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଅରୁନ୍ଧତୀ ଓ ତାଙ୍କ ପୁଅ ନମନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ । ଏହି ଅବସରରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ ।

ସୂଚନାନୁଯାୟୀ , ଆଜି ଏହି କ୍ରମରେ ନୀତେଶଙ୍କ ପତ୍ନୀ ଅରୁନ୍ଧତୀ ଶଙ୍ଖ ଫୁଙ୍କିଛନ୍ତି । ଗତ କିଛିବର୍ଷ ଧରି ସେ ଦେବଗଡ଼ ରାଜନୀତିରେ ବେଶ ସକ୍ରିୟ ଥିଲେ । । ତେବେ ସେ ଯାହା ହେଉନା କାହିଁକି ରାଜ ପରିବାରର ଦେବଗଡ଼ରେ ପକେଟ ଭୋଟ ଥିବାରୁ ଏଥିରୁ ବିଜେଡ଼ି ଫାଇଦା ନେବା ଏକ ପ୍ରକାରର ନିଶ୍ଚିତ ।

Related posts

ଢାବାରୁ ବିପୁଳ ନକଲି ମଦ ଜବତ: ୨ ଗିରଫ

mahabharatanews

ମୁଡ଼କି ଫ୍ୟାକ୍ଟ୍ରିରେ ଅଚାନକ ଭୟାବହ ଅଗ୍ନିକାଣ୍ଡ 

mahabharatanews

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ 

mahabharatanews