ଓଡିଶା

ଦିନକ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ

(ଭୁବନେଶ୍ୱର) : ସରିଲା ବିଧାନସଭା ମୌସୁମୀ ଅଧିବେଶନ । ଧାର୍ଯ୍ୟ କାର୍ଯ୍ୟସୂଚୀର ଦିନକ ପୂର୍ବରୁ ଶେଷ ହେଲା ଅଧିବେଶନ । ଗତ ୨୨ରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା ଆଉ ଏହା ଅକ୍ଟୋବର ୪ ଯାଏଁ ହେବାର ଥିଲା । ତେବେ ଅଧିବେଶନ ଗତକାଲି ଶେଷ ହୋଇଛି ।

ସୂଚନାନୁଯାୟୀ , ବ୍ୟୟମଞ୍ଜୁରୀ ବିଲ୍ ସହ ସମୁଦାୟ ୧୨ଟି ବିଲ୍ ଏହି ଅଧିବେଶନରେ ପାରିତ ହୋଇଛି । ୭ଟି କାର୍ଯ୍ୟଦିବସ ଏ ଅଧିବେଶନରେ ବସିଥିଲା । ବ୍ୟୟମଞ୍ଜୁରୀ ବିଲ୍ ସହ ସମୁଦାୟ ୧୨ଟି ବିଲ୍ ପାରିତ ହୋଇଛି । ଏହି ଅଧିବେଶନରେ ୨୮ ହଜାର ୨୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହୋଇଥିଲା ।  ଚଳିତ ବର୍ଷ ବିଧାନସଭାରୁ ସସ୍‌ପେଣ୍ଡ ହୋଇଥିଲେ ୨ ବିଜେପି ବିଧାୟକ । ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ସସ୍‌ପେଣ୍ଡ ହୋଇଥିଲେ ।

Related posts

 ଆଜିଠୁ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା

mahabharatanews

ସକାଳ ୭ରୁ ମଧ୍ୟାହ୍ନ ୧୨ ପର୍ୟ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବା: ଗଞ୍ଜାମ ଜିଲ୍ଲାପାଳ

mahabharatanews

 ୯ ଓ ୧୦ରେ ମିଲେଟସ୍ ଆନ୍ତର୍ଜାତିକ ସମ୍ମିଳନୀ

mahabharatanews