ଓଡିଶା

ସକାଳ ୭ରୁ ମଧ୍ୟାହ୍ନ ୧୨ ପର୍ୟ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବା: ଗଞ୍ଜାମ ଜିଲ୍ଲାପାଳ

(ରଜନୀକାନ୍ତ ପାତ୍ର): ସାରା ବିଶ୍ୱରେ କୋରାନାକାୟା ବିସ୍ତାର କରି ଥିବା ବେଳେ କିଛି ମାତ୍ରାରେ କୋହୋଳ ହୋଇଛି ଗଞ୍ଜାମ ଜିଲ୍ଲା । ଏହି ଜିଲ୍ଲାରେ ରବିବାର ଠାରୁ ଲକ୍ଡାଉନ୍ ନିୟମରେ ସାମାନ୍ୟ କୋହଳ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ମହାନଗର ନିଗମରେ ଥିବା ମାର୍କେଟ କମ୍ପ୍ଲେକ୍ସ ଓ ଆବାସିକ ମାର୍କେଟ କମ୍ପ୍ଲେକ୍ସ ଖୋଲାରହିବ। ଏନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ୫୦ ପ୍ରତିଶତ ଏଥିରେ କର୍ମଚାରୀ ରହିବେ ଅପରପକ୍ଷରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ, ପଞ୍ଜିକୃତ ମାଛ, ମାଂସ, ଅଣ୍ଡା ଦୋକାନ ପୂର୍ବଭଳି ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ହିଁ ଖୋଲା ରହିବ। ଔଷଧ ଦୋକାନ ୨୪ ଘଣ୍ଟା ଖୋଲିବ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ ଜିଲ୍ଲାପାଳ ବାଧ୍ୟତାମୂଳକ କରିଛନ୍ତି । ଏଥିରେ ଖିଲାପ କଲେ ଆଇନ ଅନୁଯାୟୀ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସରକାରୀ ଜମିରେ ଦୋକାନ ଖୋଲିପାରିବନି। ବରିଷ୍ଠ ନାଗରିକ ଓ ଶିଶୁ ଘରେ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏଥିସହ ଘରକୁ ଘର ଯାଇ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନୀମାନେ ପହଞ୍ଚାଇବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ପୂର୍ବଭଳି ଜିଲ୍ଲାରେ ମଦ, ମଲ୍, ଫାଷ୍ଟଫୁଡ୍, ଚା ଓ ପାନ ଦୋକାନ ବନ୍ଦ ରହିବ।

Related posts

ଓଡିଶା ପାଇଁ ବିଜେପି ଜାରି କଲା ନିର୍ବାଚନୀ ଇସ୍ତାହାର 

mahabharatanews

ଘରେ ପଶି ସ୍କୁଟି, ସାଇକେଲ ଜାଳିଦେଲେ ଦୁର୍ବୃତ୍ତ

mahabharatanews

ବଢ଼ିଲା ସୁନା ଦର 

mahabharatanews