ଓଡିଶା

ଆସନ୍ତାକାଲିଠୁ ଶୀତ ଅଧିବେଶନ

(ଭୁବନେଶ୍ୱର)  : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ଏନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଅଧିବେଶନ ଯେପରି ସୁରୁଖୁରରେ ଚାଲିବ, ସେ ନେଇ ସବୁ ଦଳଙ୍କ ସହ ଆଲୋଚନା କରିବେ ବାଚସ୍ପତି ।

ସୂଚନାନୁଯାୟୀ ,  ଷୋଡ଼ଶ ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ୩୦ତାରିଖ ଯାଏଁ ଏହି ଅଧିବେଶନ ଚାଲିବ । ଏଥର ମୋଟ୍‌ ୩୦ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତା ଅଧିବେଶନ ଯେପରି ସୁରଖୁରରେ ଚାଲିବ ସେନେଇ ବାଚସ୍ପତି ପ୍ରମିଳା ମଲ୍ଲିକ ସୋମବାର ସର୍ବଦଳୀୟ ବୈଠକ ଡାକିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତ ହେଉଛି । ସୋମବାର ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ ବସିବା ନେଇ ସୂଚନା ରହିଛି ।

Related posts

 ବିଜୟ ମହାପାତ୍ରଙ୍କୁ ବହିଷ୍କାର କଲା ବିଜେପି

mahabharatanews

୧୦ ଜିଲ୍ଲାରେ ପବନ ସହ ଝଡ଼ବର୍ଷା

mahabharatanews

ଓଡ଼ିଶାରେ କରୋନା; କେପି.୨ର ୧୭ ମାମଲା

mahabharatanews