ଓଡିଶା

ଓଡ଼ିଶାରେ କରୋନା; କେପି.୨ର ୧୭ ମାମଲା

(ଭୁବନେଶ୍ୱର) : ରାଜ୍ୟରେ କୋଭିଡ୍‌ର କେପି. ୨ ପ୍ରଜାତିର ୧୭ ମାମଲା ନଜରକୁ ଆସିଛି। ‌ଦୁଇବର୍ଷ ତଳେ ଚିହ୍ନଟ ହୋଇଥିବା ଓମିକ୍ରନ୍ ପ୍ରଜାତିର ଜେଏନ୍‌.୧ ଉପ-ପ୍ରଜାତି ଅଧୀନରେ ଆସୁଛି କେପି.୨। ଯାହାକି ଏବେ ସିଙ୍ଗାପୁରେ କରୋନା ସଂକ୍ରମଣ ବ୍ୟାପିବା ପଛର ପ୍ରମୁଖ କାରଣ ପାଲଟିଛି। ଦେଶର ୭ଟି ରାଜ୍ୟରୁ ୩୪ଟି କେପି.୧ ମାମଲା ଚିହ୍ନଟ ହୋଇଛି। ମାତ୍ର ଓଡ଼ିଶାରେ ଏହା ମିଳିନାହିଁ। ପଶ୍ଚିମବଙ୍ଗରେ କେପି.୧ର ୨୩ ଓ କେପି.୨ର ୩୬ଟି କୋଭିଡ୍‌ ମାମଲା ନଜରକୁ ଆସିଛି।

ସୂଚନାନୁଯାୟୀ , ଅପରପକ୍ଷରେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ର କହିଛନ୍ତି, ଏହା କୌଣସି ନୂଆ ପ୍ରଜାତି ନୁହେଁ। ପୂର୍ବରୁ ରହିଥିବା ଜେଏନ୍‌.୧ର ଏବେ ନାମକରଣ କରାଯାଇଛି। ତେଣୁ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡା.ମିଶ୍ର କହିଛନ୍ତି।

Related posts

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

mahabharatanews

ଗତ ୨୪ ଘଣ୍ଟାରେ ରାଜ୍ୟରୁ ୪୩ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ନୂତନ ଆମ୍ବୁଲାନସ ଲୋକାର୍ପିତ

mahabharatanews