ଓଡିଶାରାଜନୀତି

ଡବଲ ଇଞ୍ଜିନ୍ ଡବଲ ନୈରାଶ୍ୟ: ନବୀନ

ଭୁବନେଶ୍ବର:  ରାଜ୍ୟ ବଜେଟକୁ ନେଇ ଡବଲ ଇଂଜିନ ଡବଲ ନୈରାଶ୍ୟ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ କହିଛନ୍ତି ଯେ, ଡବଲ୍‌ ଇଞ୍ଜିନ ସରକାର ଦୁଇଗୁଣ ନିରାଶ କରିଛି । ମୋ’ ସରକାର ସମୟର ୪୦ଟି ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି । କେଉଁ କେଉଁ ଯୋଜନାର ନାମ ବଦଳାଯାଇଛି ପରେ କହିବି । ଅନୁଶୀଳନ ପରେ ବିସ୍ତୃତ ପ୍ରତିକ୍ରିୟା ରଖିବି ବୋଲି କହିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ।

 ସୂଚନାଯୋଗ୍ୟ ଯେ, ଆଜିର ବଜେଟରେ ପୂର୍ବ ସରକାରଙ୍କ ଦ୍ଵାରା ଲାଗୁ କରାଯାଇଥିବା ଅନେକ ଯୋଜନାର ନାଁ ବଦଳାଇଛନ୍ତି ନୂଆଁ ସରକାର । କାଳିଆ ଯୋଜନାର ନାଁ ବଦଳାଇ ସିଏମ୍‌ କିସାନ ଯୋଜନା କରାଯାଇଛି । ସେହିପରି ଅନେକ ଦିନ ଧରି ବିଏସକେୱାଇ ଏବଂ ଆହାର ଯୋଜନାକୁ ନେଇ ଲାଗିରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଏହି ଦୁଇଟି ଯୋଜନାର ନାମ ବଦଳାଇଛନ୍ତି ମୋହନ ସରକାର । ଆହାର ଯୋଜନାର ନାମ ବଦଳାଇ ଶ୍ରୀ ଅନ୍ନ ଯୋଜନା କରାଯାଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନାମକୁ ବଦଳାଇ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କରାଯାଇଛି । ଏଥିସହ ଆୟୁଷ୍ମାନ ଯୋଜନା ମଧ୍ୟ ଲାଗୁ କରାଯାଇଛି । ସେପଟେ ଆମ ଓଡ଼ିଶା, ନବୀନ ଓଡ଼ିଶାର ନାମ ବଦଳାଇ ବିକଶିତ ଗାଁ, ବିକଶିତ ଓଡ଼ିଶା କରାଯାଇଥିବା ବେଳେ ମୋ ସ୍କୁଲର ନାଁ ବଦଳାଇ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ କରାଯାଇଛି ।

Related posts

ଆର୍ଥିକ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ନମ୍ବର-୧ ରାଜ୍ୟ: ଅର୍ଥମନ୍ତ୍ରୀ

mahabharatanews

ଅଗ୍ନିକାଣ୍ଡରେ ୬ ବଖରା ପୋଡ଼ି ପାଉଁଁଶ

mahabharatanews

ଆଜି ଶ୍ରୀବିଗ୍ରହଙ୍କ ଗଜ ଉଦ୍ଧାରଣ ବେଶ

mahabharatanews