ଓଡିଶା

ରାଜ୍ୟରେ ୩ ହଜାର ଟଙ୍କା ବଢ଼ିବ ଭତ୍ତା!

ଭୁବନେଶ୍ୱର: ଜନତାଙ୍କ ପାଇଁ ଖୁସି ଖବର । ଏଣିକି ବଢ଼ିବ ଭତ୍ତା ଟଙ୍କା । ଭତ୍ତା ଟଙ୍କାକୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯିବ । ଏନେଇ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି । ମଧୁବାବୁ ପେନସନ ଯୋଜନାରେ ବୃଦ୍ଧବୃଦ୍ଧା, ବିଧବା ଦିବ୍ୟାଙ୍ଗ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି ପାଇବ । ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି ପ୍ରସ୍ତୁତି ଚାଲିଛି ବୋଲି ସୂଚନା ଦେଇଛନ୍ତି ।
ସାମାଜିକ ସୁରକ୍ଷା ମନ୍ତ୍ରୀ କହିଛନ୍ତି, ଏହି ତିନୋଟି ଶ୍ରେଣୀରେ ଥିବା ଭତ୍ତା ୩ ହଜାରକୁ ବୃଦ୍ଧି ନିଷ୍ପତି ହୋଇଛି । ସେଥିପାଇଁ ପ୍ରସ୍ତୁତି ଚାଲିଛି । ବଜେଟ କେତେ ଆସୁଛି ଦେଖିବୁ, ଅର୍ଥ ବିଭାଗର କ୍ଲିୟରାନ୍ସ ନେବୁ । ପରବର୍ତୀ ସମୟରେ ଏହାକୁ କାର୍ଯ୍ୟକାରୀ କରିବୁ ବୋଲି ମନ୍ତ୍ରୀ କହିଛନ୍ତି ।

 

Related posts

ନବୀନଙ୍କ ଚିଠି,ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

mahabharatanews

ଆଜି ପବିତ୍ର ବୈଶାଖ ଶୁକ୍ଳ ଅଷ୍ଟମୀରେ ଠାକୁରଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ

mahabharatanews

ରାଜ୍ୟ ମାନ୍ୟତା ଅପେକ୍ଷାରେ “ବନ୍ଦେ ଉତ୍କଳ ଜନନୀ’

mahabharatanews