ଓଡିଶା

ଆଜି ୧୧ଟାରେ ଯୁକ୍ତ୨ ଫଳାଫଳ

(ଭୁବନେଶ୍ୱର) :  ଆଜି ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ +୨ ରେଜଲ୍ଟ । କାଲି ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ଏଥର ମୋଟ୍ ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । କଳାରେ ୨ ଲକ୍ଷ ୧୯ ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଯୁକ୍ତ ୨ ଖାତା ଦେଖା ଏପ୍ରିଲ୍ ୧୦ ତାରିଖରୁ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଅନଲାଇନ୍ ଖାତା ଦେଖା ହୋଇଥିଲା । ପ୍ରାୟ ୩ ହଜାର ଓ ଅଫଲାଇନରେ ପ୍ରାୟ ୫ ହଜାର ମୂଲ୍ୟାୟନକରୀ ନିୟୋଜିତ ହୋଇଥିଲେ ।

 

Related posts

ବିରଳ ପ୍ରଜାତିର ଲାଲ୍ ରଙ୍ଗର ବଗ

mahabharatanews

ଲଗାଣ ବର୍ଷା ; ଲୋକଙ୍କୁ ଘାଟି ରାସ୍ତା ମନା

mahabharatanews

ସ୍ନାନ ବେଳେ ନାବାଳକଙ୍କୁ ମଝି ସମୁଦ୍ରକୁ ଟାଣି ନେଲା ଉଚ୍ଚ ଜୁଆର

mahabharatanews