(ହୀରାକୁଦ) : ଖୋଲିବ ହୀରାକୁଦର ଦୁଇଟି ଗେଟ୍ । ଆଜି ଅପରାହ୍ନ ୪ଟାରେ ଖୋଲିବ ହୀରାକୁଦ ଡ୍ୟାମ୍ର ୨ଟି ଗେଟ୍ । ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ସେପଟେ ଲଘୁଚାପ ସୃଷ୍ଟି ହୋଇଛି । ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୧୦ ଫୁଟ୍ ରହିଛି ।
ସୂଚନାନୁଯାୟୀ , ଲଘୁଚାପର ରୂପ ନେଇଛି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର ଓ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗତ ୨୪ଘଣ୍ଟାରେ ଆଜି ସକାଳ ୮ଟା୩୦ ସୁଦ୍ଧା ରେକର୍ଡ ପ୍ରମୁଖ ବର୍ଷା, ୪ସ୍ଥାନରେ ଅତିପ୍ରବଳ ଏବଂ ୧୭ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି ।