ଓଡିଶା

ଦିଲ୍ଲୀରେ ଓଡିଶାର ନୌବାଣିଜ୍ୟ ପରମ୍ପରା, ବଢୁଛି ଲୋକଙ୍କ ଭିଡ଼ 

(ଦିଲ୍ଲୀ) :  ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆଜି ଠାରୁ ଆରମ୍ଭ ହୋଇଛି ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳା। ଏଠାରେ ଓଡ଼ିଶା ପାଭିଲିୟନକୁ ଆଜି ଉଦଘାଟନ କରିଛନ୍ତି ଓଡିଶା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଭାରତ ସରକାରଙ୍କ ବାଣିଜ୍ଯ ମନ୍ତ୍ରାଳୟ ଅଧିନସ୍ଥ ଆଇଟିପିଓ ପକ୍ଷରୁ ରାଜଧାନୀ ଦିଲ୍ଲୀରେ ପ୍ରତିବର୍ଷ ଆୟୋଜିତ ହେଉଛି ଆନ୍ତର୍ଜାତିକ ବାଣିଜ୍ଯ ମେଳା। ଚଳିତ ବର୍ଷ ମେଳାର ଥିମ୍ “ବସୁଧୈବ କୁଟୁମ୍ବକମ୍ବକମ୍, ୟୁନାଇଟେଡ୍ ବାଇ ଟ୍ରେଡ୍” ରହିଥିବା ବେଳେ ଓଡ଼ିଶା ପାଭିଲିୟନ୍ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ବୈବଭକୁ ନେଇ ଅଂଶଗ୍ରହଣ କରିଛି ।

ସୂଚନାନୁଯାୟୀ , ଓଡିଶା ପାଭିଲିୟନ୍‌ରେ ରାଜ୍ୟର ୭ ଗୋଟି ବିଭାଗର ୨୪ ଗୋଟି ଷ୍ଟଲ୍ ରହିଛି । ମିଲେଟ୍ ଉତ୍ପାଦ ଓ କୋରାପୁଟର କଫି ମହକୁ ଥିବା ପାଭିଲିୟନକୁ ସୁନ୍ଦରତା ପ୍ରଦାନ କରୁଛି କୋଟପାଡ୍‌ ଶାଢୀ ଓ ଟସର ସିଲକ୍ ଶାଢୀ। କାଠ ତଥା ପ୍ରସ୍ତର ତିଆରି ମୂର୍ତ୍ତି, ପଟ୍ଟଚିତ୍ର, ସବାଇ ଘାସ ତିଆରି ସାଜସଜ୍ଜା, ଚାନ୍ଦୁଆ, ତାରକସୀ ତଥା ଭଳିକି ଭଳି ହସ୍ତଶିଳ୍ପ ସାମଗ୍ରୀରେ ଝଲସୁଛି ଓଡିଶା ପାଭିଲିୟନ୍। ଏହା ଛଡା ଆଦିମ ଜନଜାତି ଗୋଷ୍ଠୀର ଦୁଇଗୋଟି ଦଳ ଦ୍ବାରା ହସ୍ତଶିଳ୍ପର ନୈପୁଣ୍ୟ ପ୍ରଦର୍ଶନ ଆକର୍ଷଣର କେନ୍ଦ୍ର ହୋଇଛି ।

Related posts

ବକେୟା ବିଦ୍ୟୁତ୍ ବିଲକୁ ନେଇ ଉପଭେ।କ୍ତା ଲହୁ ଲୁହାଣ

mahabharatanews

ଓଡ଼ିଆ ଯବାନ ସଂଗ୍ରାମ ଜେନାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଓଏସ ସ୍ତରରେ ଅଦଳ ବଦଳ

mahabharatanews