ଓଡିଶା

ଭୁବନେଶ୍ୱର ଏମ୍ସକୁ କାୟାକଳ୍ପ ପୁରସ୍କାର

ଭୁବନେଶ୍ୱର: ଦେଶରେ ଭୁବନେଶ୍ୱର ଏମ୍ସ ସବୁଠାରୁ ସ୍ୱଚ୍ଛ ହସ୍ପିଟାଲ । ‘ବି’ ଶ୍ରେଣୀର ୩୪ ହସ୍ପିଟାଲକୁ ପଛରେ ପକାଇ ଭୁବନେଶ୍ୱର କାୟାକଳ୍ପ ପୁରସ୍କାର ହାତେଇ ନେଇଛି । ପୁରସ୍କାର ସ୍ୱରୂପ ଭୁବନେଶ୍ୱର ଏମ୍ସକୁ ମିଳିଛି ୨ କୋଟି ଟଙ୍କାର ପୁରସ୍କାର ରାଶି । ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଭର୍ଚୁଆଲ୍‌ରେ ୨ କୋଟିର ଚେକ୍‌ ପ୍ରଦାନ କରିଛନ୍ତି । ପୂର୍ବରୁ ୨୦୧୮-୧୯, ୨୦୧୭-୧୮ରେ ଭୁବନେଶ୍ୱର ଏମ୍‌ସ କାୟାକଳ୍ପରେ ଦ୍ୱିତୀୟ ହୋଇଥିଲା ।
୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା ।ା ଏହି ଅଭିଯାନରେ ହସ୍ପିଟାଲର ସ୍ୱଚ୍ଛତାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ହସ୍ପିଟାଲର ସ୍ୱଚ୍ଛତାକୁ ପ୍ରୋତ୍ସାହନା ଦେବାକୁ ଘୋଷଣା ହେଲା ପୁରସ୍କାର । ହସ୍ପିଟାଲର ସ୍ୱଚ୍ଛ ପରିବେଶ, ବିଶୋଧନ, ବର୍ଜ୍ୟ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ, ସପୋର୍ଟ ସର୍ଭିସ ଓ ସ୍ୱାସ୍ଥ୍ୟକର ପରିବେଶକୁ ବିଚାର କରି କାୟାକଳ୍ପ ପୁରସ୍କାର ଦିଆଯାଉଛି । ୧୦୦୦ରୁ ଅଧିକ ବେଡ୍‌ ଥିବା କେନ୍ଦ୍ରୀୟ ହସ୍ପିଟାଲ ‘ଏ’ ଶ୍ରେଣୀରେ ରହିଥିବାବେଳେ ୧ ହଜାରରୁ କମ୍‌ ବେଡ୍‌ ଥିବା ହସ୍ପିଟାଲ ‘ବି’ ଶ୍ରେଣୀରେ ରହିଛି । ତିନୋଟି ପର୍ଯ୍ୟାୟରେ କାୟାକଳ୍ପ ଚୟନ ହେଉଛି ।
କାୟାକଳ୍ପ ମୂଲ୍ୟାୟନ କାର୍ଯ୍ୟରେ ଏମ୍‌ସ ନିର୍ଦ୍ଦେଶକ ପ୍ରଫେସର ଗୀତାଞ୍ଜଳି ବାତ୍‌ମାନବାନେ, ଅଧୀକ୍ଷକ ପ୍ରଫେସର ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି, ଡିଡିଏ ପି. କେ ରାୟ ଓ ଯୁଗ୍ମ ଅଧୀକ୍ଷକ ଏସ୍‌. କେ ପିଲାଇଙ୍କ ନେତୃତ୍ୱରେ ଟିମ୍‌ କାମ କରୁଥିଲା । ଏହି ପୁରସ୍କାର ରାଶିକୁ ପରବର୍ତ୍ତୀ ସମୟରେ ହସ୍ପିଟାଲର ବିକାଶ ଓ ତୃଳମୂଳ ସ୍ତରର ସ୍ୱାସ୍ଥ୍ୟସେବା କର୍ମୀଙ୍କ ପାଇଁ ଖର୍ଚ୍ଚ ହେବ ବୋଲି ହସ୍ପିଟାଲ ଅଧୀକ୍ଷକ ଡାକ୍ତର ମହାନ୍ତି କହିଛନ୍ତି ।

 

Related posts

ସଜାଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ

mahabharatanews

ନାବାଳିକା ସହ ଶାରୀରିକ ସମ୍ପର୍କ ! ଏବେ ଭିଡିଓ ଭାଇରାଲ

mahabharatanews

ପରୀ ହତ୍ୟା: ପ୍ରମାଣ ଦେବାକୁ ସମୟ ମାଗିଲା ଏସଆଇଟି

mahabharatanews