ରାଜନୀତି

ନବୀନଙ୍କୁ ଗିରଫ କରିବାକୁ ଦାବି କଲେ ମନ୍ତ୍ରୀ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ବିଧାନସଭାରେ ମନ୍ତ୍ରୀଙ୍କ ଦାବି । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ନବୀନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।

 

ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଦାବି ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି, ପୂର୍ବରୁ ଏଭଳି ଦାବି କରାଯିବାର କୌଣସି ନଜିର ନାହିଁ।

ଅନ୍ୟପକ୍ଷରେ ବିଜେପି କହିଛି, ରାଜ୍ୟପାଳଙ୍କ ଅଭିଭାଷଣ ବେଳେ କେହି ବିଶୃଙ୍ଖଳିତ ଆଚରଣ କରିବା କଥା ନୁହେଁ। ଏହା ଏକ ଦଣ୍ଡନୀୟ ଅପରାଧ।ସଂସଦୀୟ ମନ୍ତ୍ରୀ ଯାହା କହିଛନ୍ତି, ତାହା ରୁଲ୍ସ ଆଣ୍ଡ ପ୍ରୋସିଜିୟର ଆଧାରରେ କହିଛନ୍ତି।

ସୂଚନାଯୋଗ୍ୟ, ଆଜି ଦ୍ୱିତୀୟ ଦିନରେ ମଧ୍ୟ ବିଧାନସଭାରେ ଅଚଳାବସ୍ଥା ଲାଗି ରହିଥିଲା। ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ଓ ହତ୍ୟା ଧମକ ଦେବା ପ୍ରସଙ୍ଗରେ ବିରୋଧୀ ବିଧାୟକମାନେ ଗୃହରେ ହଙ୍ଗାମା କରିଥିଲେ।

Related posts

ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ବିରୋଧ କରି ଗୃହରେ ହୋହାଲ୍ଲା

mahabharatanews

ପୁଣି ପଲଟି ଯିବେ କି ନୀତିଶ କୁମାର ?

mahabharatanews

ଲେନ୍ସ ସାମ୍ନାରେ ବିଜେଡି ନେତାଙ୍କ ଜବରଦସ୍ତ ଆକ୍ଟିଂ!

mahabharatanews