ଓଡିଶାରାଜନୀତି

ବଜେଟକୁ ନେଇ କେନ୍ଦ୍ର ସରକାରଙ୍କୁ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ୍

ଭୁବନେଶ୍ବର: କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଥିବା ବେଳେ ପ୍ରଥମଥର ପାଇଁ କେନ୍ଦ୍ରର ବିଜେପିର ସରକାରକୁ ଟାର୍ଗେଟ୍ କରିଛନ୍ତି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ କହିଛନ୍ତି, କେନ୍ଦ୍ର ବଜେଟରେ ଓଡ଼ିଶାବାସୀଙ୍କ ପାଇଁ କିଛି ନାହିଁ । ରାଜ୍ୟବାସୀଙ୍କୁ ବିଜେପି ଦେଇଥିବା ପ୍ରତିଶ୍ରୁତି କେନ୍ଦ୍ର ସରକାର ପୂରଣ କରିନାହାଁନ୍ତି । କେନ୍ଦ୍ର ସରକାର ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାର ପ୍ରତିଶ୍ରୁତି ଦେଇଥିଲା, ହେଲେ ତାହା ପୂରଣ କଲାନାହିଁ । ବଜେଟରେ ଆନ୍ଧ୍ର ଓ ବିହାରକୁ ବିପୁଳ ଅର୍ଥିକ ସହାୟତା ମିଳିଥିବା ବେଳେ ଓଡିଶା ପାଇଁ କିଛି ନାହିଁ । ରାଜ୍ୟ ସରକାର ବାରମ୍ବାର କୋଇଲା ରୟାଲିଟି ସଂଶୋଧନ ପାଇଁ ଦାବି କରୁଥିବା ବେଳେ ବଜେଟରେ ଏନେଇ କେନ୍ଦ୍ର ସରକାର କିଛି ସମାଧାନ କରିନାହାଁନ୍ତି । କୋଇଲା ରୟାଲିଟି କ୍ଷେତ୍ରରେ ରାଜ୍ୟ ସରକାର ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଉଥିବା କଥା ନବୀନ ପଟ୍ଟନାୟକ କହିଛନ୍ତି ।

ନିର୍ବାଚନ ପ୍ରଚାର ସମୟରେ ବିଶେଷକରି କୃଷି,ଏମ୍ଏସଏମଇ ଏବଂ ଶିଳ୍ପ ଉପରେ ଓଡ଼ିଶାବାସୀଙ୍କୁ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାବାସୀଙ୍କୁ ବିଭିନ୍ନ କ୍ଷେତ୍ରରେ ଅନେକ ବଡ଼ ପ୍ରତିଶ୍ରୁତି ଦିଆଯାଇଥିଲା । ଏହି ବଜେଟରେ କୌଣସି ପ୍ରତିଶ୍ରୁତି ପୂରଣ ହେବାର ଉଲ୍ଲେଖ ନାହିଁ । ଏହା ଓଡ଼ିଶା ଏବଂ ଲୋକଙ୍କ ପାଇଁ ସମ୍ପୃର୍ଣ୍ଣ ଅବହେଳା ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

Related posts

ଆଉ ୨ଦିନ ଜାରି ରହିବ ହିଟୱେଭ

mahabharatanews

ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକ ପାଇଁ ଖୁସି ଖବର

mahabharatanews

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା

mahabharatanews